ରାଜଧାନୀରେ ରାତି ଅଧରେ ମାତିଲେ ଲୁଟେରା: ଶିଶୁପାଳଗଡରେ ଗ୍ରୀଲ ତାଡି ଘରେ ପଶିଲେ, ବୟସ୍କ ଦମ୍ପତିଙ୍କ ହାତଗୋଡ ବାନ୍ଧି ଘରେ ବୁଲାଇଲେ କଳାକନା

325

କନକ ବ୍ୟୁରୋ: ଭୁବନେଶ୍ୱର ଶିଶୁପାଳଗଡରେ ବରିଷ୍ଠ ନାଗରିକଙ୍କୁ ଲୁଟିଲେ ଦୁବୃର୍ତ୍ତ । ଚୋରି କଲେ ଘରେ ତାଲା ପକାଇ ଚାଲିଗଲେ । ପୁରା ଘଟଣା କିଛି ଏହିପରି । ଗତକାଲି ରାତିରେ ଶିଶୁପାଳଗଡର ଏହି ଘରେ ରହୁଥିଲେ ବୟସ୍କ ସ୍ୱାମୀ ସ୍ତ୍ରୀ । ରାତି ଅଧରେ ଘରର ଝରକା ତାଡି ଘର ଭିତରକୁ ପଶିଥିଲେ ଦୁବୃର୍ତ୍ତ । ଘରେ ଥିବା ଦସ୍ୱବ ବୟସ୍କ ବ୍ୟକ୍ତିଙ୍କୁ ଲୁହା ରଡରେ ଆକ୍ରମଣ କରି ବାନ୍ଧି ପକାଇଥିଲେ । ଆଉ ତାପରେ ଆରମ୍ଭ ହୋଇଥିଲା ଅପରେସନ ।

ପ୍ରାୟ ୨ଲକ୍ଷ ଟଙ୍କାର ସୁନାଗହଣା ଓ ୭ ହଜାର ଟଙ୍କା ଲୁଟ କରିବା ପରେ ଘରେ ତାଲା ପକାଇ ଚାଲିଯାଇଥିଲେ ଦୁବୃର୍ତ । ଆଉ ଏହି ସମୟରେ ବୟସ୍କ ଦୁଇଜଣ ଜୋରରେ ପାଟି କରିବା ଆରମ୍ଭ କରିଦେଇଥିଲେ । ପାଟି ଶୁଣି ଘର ପାଖ ରାସ୍ତା ଦେଇ ଯାଉଥିବା ପିସିଆର ଭ୍ୟାନ ସେଠାରେ ଅଟକି ଯାଇଥିଲା । ତାଲା ଖୋଲି ଦୁଇ ବୟସ୍କ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲା ପୋଲିସ । ଏହି ଘଟଣା ପରେ ପୁଣି ଥରେ ରାଜଧାନୀରେ ବୟସ୍କଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ ।