କନକ ବ୍ୟୁରୋ : ରିମାଣ୍ଡରେ ସୁଶାନ୍ତ ଧଳସାମନ୍ତ । କଟକ ବାଲି ବ୍ୟବସାୟୀ ବିଜନ ପାଲଙ୍କୁ ଗୁଳିମାଡ଼ ଘଟଣାରେ ସୁଶାନ୍ତ ଧଳ ସାମନ୍ତ ଓ କର୍ପୋରେଟର ରଂଜିତା ବିଶ୍ୱାଳଙ୍କୁ ରିମାଣ୍ଡରେ ନେଇଛି ପୁଲିସ । ରିମାଣ୍ଡରେ ନେବାକୁ ଜେଏମଏଫସି କୋର୍ଟ ଅନୁମତି ଦେଇଛି । ଉଭୟଙ୍କୁ ୩ଦିନ ଲେଖାଏଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛି କୋର୍ଟ । ଗତ ୨୩ରେ କଟକ ସଦର ଅଂଚଳ ବାଲି ବ୍ୟବସାୟୀ ତଥା ଧଳର ସହଯୋଗୀ ବିଜନ ପାଲ ଉପରକୁ ଗୁଳିମାଡ ହୋଇଥିଲେ । କିନ୍ତୁ ଏଥିରୁ ଅଳ୍ପକେ ବର୍ତିଯାଇଥିଲେ ବିଜନ ପାଲ ।
ଏହି ଘଟଣାରେ ସଦର ଥାନା ପୁଲିସ ଗତ ୪ ତାରିଖରେ ନିକୁ କୁ ଗିରଫ କରିବା ସହ ତାଠାରୁ ଗୁଳି ଓ ବନ୍ଧୁକ ଜବତ କରିଥିଲା । ସେହି ଦିନ ରାତିରେ ଏହି ଘଟଣାରେ ସଂପୃକ୍ତ ଅନ୍ୟତମ ଅଭିଯୁକ୍ତ ସଦ୍ଦା ନାୟକକୁ ପୁଲିସ ଏନକାଉଂଟର କରିଥିଲା । ପରେ ପରେ ଏହି ଘଟଣାରେ ବନ୍ଧୁକ ଯୋଗାଇଥିବା ୭ ନମ୍ବର ୱାର୍ଡ କର୍ପୋରେଟର ରଂଜିତ ବିଶ୍ୱାଳ ଓ କୁନା ବେହେରାକୁ ପୁଲିସ ଗିରଫ କରିଥିଲେ । ଗୁଳିକାଣ୍ଡର ପୁରା ଷଡଯନ୍ତ୍ର ଝାରପଡା ଜେଲରୁ ତିଆରି କରାଯାଇଥିବା ପୁଲିସ ଜାଣିବାକୁ ପାଇଥିଲା । ପୂରା ବ୍ଲି ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା ଜେଲର ଚାରିକାନ୍ଥ ଭିତରୁ । ଏଥିରେ ରାଜନେତା ଓ ପୁଲିସ ଓ ଠିକାଦାର ମଧ୍ୟ ଟାର୍ଗେଟରେ ଥିବା ପୁଲିସ ଜାଣିବାକୁ ପାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/03/d841007bc524a80e374f7f5aa74a7e7d.jpg)
/kanak/media/post_attachments/wp-content/uploads/2018/03/dhalla-brother.-300x219.jpg)