କରୋନା ଭାଇରସ୍ କ’ଣ ? କ’ଣ ଏହା ଏକ ସଂକ୍ରମଣକାରୀ ଭାଇରସ୍ , କେମିତି ଭାଇରସ୍ କୁ ଚିହ୍ନିବେ ଏବଂ ସତର୍କ ରହିବେ ଜାଣନ୍ତୁ ।

430

ଚୀନରେ ବ୍ୟାପୁଛି, ସାରା ବିଶ୍ୱର ଚିନ୍ତା ବଢୁଛି । ଚୀନରେ ବ୍ୟାପୁଥିବା କୋରୋନା ଭାଇରସ ସାରା ବିଶ୍ୱ ସମେତ ଭାରତ ପାଇଁ ମଧ୍ୟ ଚିନ୍ତାର ବିଷୟ ପାଲଟିଛି । ଚୀନର ଉହାନ ସହରରେ ଏହି ଭୂତାଣୁ ଯୋଗୁଁ ପ୍ରାୟ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦୦ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଖାଲି ସେତିକି ନୁହେଁ ଏହି ଭାଇରସ ଡାକ୍ତରଙ୍କ ମଧ୍ୟ ନିଦ ହଜାଇ ଦେଇଛି । ଲଗାତାର ଭାବେ ଭାଇରସ ସହିତ ଜଡିତ ନୂଆ ନୂଆ ସୂଚନାମାନ ସାମ୍ନାକୁ ଆସୁଛି । ବର୍ତ୍ତମାନ ଏହି କୋରୋନା ଭାଇରସର ପ୍ରକୋପ ଏସିଆରେ ଦେଖିବାକୁ ମିଳିଛି । ଖାସ କରି ଏହି ଭାଇରସର ପ୍ରକୋପ ଚାଇନାରେ ଅଧିକ ବ୍ୟାପିବାରେ ଲାଗିଛି ।

ଏହି କାରଣରୁ ଭାରତ ସରକାର ଚାଇନାରୁ ଆସୁଥିବା ସମସ୍ତ ଯାତ୍ରୀଙ୍କର ମେଡିକାଲ ଯାଞ୍ଚ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିମାନ ବନ୍ଦରରେ ଥର୍ମଲ ସ୍କାନର ଜରିଆରେ ଯାତ୍ରୀମାନଙ୍କର ଶାରୀରିକ ପରୀକ୍ଷା କରାଯାଉଛି ।

– କୋରୋନା ଭାଇରସ ପ୍ରଥମ ଥର ଚୀନରେ ଦେଖିବାକୁ ମିଳିଥିଲା । ଚୀନରେ ଏହି ଭାଇରସର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ଚୀନ ବ୍ୟତୀତ ଥାଇଲାଣ୍ଡ, ସିଙ୍ଗାପୁର, ଜାପାନରେ ମଧ୍ୟ କୋରୋନା ଭାଇରସରେ ପୀଡିତ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ନିକଟରେ ଇଂଲଣ୍ଡରେ ଏହି ଭାଇରସରେ ପୀଡିତ ଥିବା ଏକ ପରିବାରକୁ ଚିହ୍ନଟ କରାଯାଇଥିବା ଜଣାପଡିଛି । ଏବେ ଭାରତର ମୁମ୍ବାଇ ସହରରେ ମଧ୍ୟ ଏହି ଭାଇରସ୍ ରେ ଆକ୍ରାନ୍ତ ରୋଗୀକୁ ଚିହ୍ନଟ କରାଯାଇଛି ।

– ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ ମୁତାବକ , ଏହି ଭାଇରସ ଚୀନର ସୀ-କୁଡ ବଜାରରୁ ବ୍ୟାପିଥିବା କଥା ସାମ୍ନାକୁ ଆସିଛି । ସବୁଠାରୁ ବଡ କଥା ହେଉଛି , କୋରୋନା ଭାଇରସରେ କେବଳ ମଣିଷ ନୁହେଁ ପଶୁମାନେ ବି ଶିକାର ହେଉଛନ୍ତି ।

– କୋରୋନା ଭାଇରସକୁ ନେଇ ସାରା ରାଜ୍ୟରୁ ନୂଆ-ନୂଆ ଅପଡେଟ ଆସୁଛି । କୋରୋନା ଭାଇରସ ଯୋଗୁଁ ସାମାନ୍ୟ ଥଣ୍ଡା ସର୍ଦ୍ଦିଠାରୁ ଆରମ୍ଭ କରି ନିଶ୍ୱାସ ପ୍ରଶ୍ୱାସ ପ୍ରକ୍ରିୟାରେ ସମସ୍ୟା ଦେଖା ଦେଇପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଜ୍ୱର, କାଶ ଓ ପ୍ରଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହେବା ହେଉଛି ଏହି ସଂକ୍ରମଣ ବ୍ୟାପିବାର ଲକ୍ଷଣ । ନିଶ୍ୱାସ ପ୍ରଶ୍ୱାସରୁ ଏହି କୋରୋନା ଭୂତାଣୁ ଅଧିକ ସଂକ୍ରମଣ ହୋଇଥାଏ ।

– ବର୍ତ୍ତମାନ ସୁଦ୍ଧା କୋରୋନା ଭାଇରସର ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତିଙ୍କ ଚିକିତ୍ସା ସ୍ୱତନ୍ତ୍ର ୱାର୍ଡରେ କରାଯାଉଛି । ଏଥିପାଇଁ ଜରୁରୀ ମେଡିସିନ୍ ପ୍ରେସକ୍ରାଇବ୍ କରାଯାଉଛି । ଭାଇରସର ମୁକାବିଲା କରିବା ପାଇଁ ଇଞ୍ଜେକସନ୍ ନିର୍ମିତ କାମ ଆରମ୍ଭ ହୋଇଛି ।

କୋରୋନା ଭାଇରସ୍ କବଳରୁ କିଭଳି ନିଜକୁ ରକ୍ଷା କରିବେ , ଆସନ୍ତୁ ଜାଣିବା 

– କୋରୋନା ଭାଇରସରୁ ରକ୍ଷା ପାଇବା ପାଇଁ ନିଜକୁ ସଫା ସୁତୁରା ରଖିବା ନିହାତି ଆବଶ୍ୟକ । ବଜାରରେ କିଛି ଖାଇବା ଆଗରୁ ହାତକୁ ଭଳଭାବେ ସଫା କରନ୍ତୁ ।

– ନିଜ ସାଙ୍ଗରେ ସାନିଟାଇଜର ରଖନ୍ତୁ । ଯେଉଁଠି ପାଣିର ସମସ୍ୟା ରହିଛି ସେଠି ସାନିଟାଇଜର ବ୍ୟବହାର କରନ୍ତୁ ।

– ପ୍ଲାଷ୍ଟିକ ଟ୍ରାନ୍ସପୋର୍ଟର ବ୍ୟବହାର କରିବା ପରେ ହାତକୁ ସଫା ନ କରିବା ଆଗରୁ ମୁହଁରେ ମାରନ୍ତୁ ନାହିଁ ।

– ରୋଗରେ ପୀଡିତ ବ୍ୟକ୍ତିଙ୍କ ଚିକିତ୍ସା କରିବା ସମୟରେ ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହୁଅନ୍ତୁ । ନିଜ ନାକ ଓ ମୁହଁକୁ ଘୋଡାଇ ରଖନ୍ତୁ । ରୋଗୀର ବ୍ୟବହୃତ କପଡା ଓ ବାସନକୁ ଅଲଗା ରଖନ୍ତୁ ।