କେମିତି ମାରୁଛି କରୋନା ? ସବୁ ରୋଗୀଙ୍କ ପାଖରେ ଦେଖିବାକୁ ମିଳୁଛି ସମାନ ଅସୁବିଧା । ଫୁସଫୁସରେ ପବନ ବଦଳରେ ପଶୁଛି କରୋନା ଭୁତାଣୁ , ଏକ୍ସ-ରେରେ ଦେଖାଗଲା ଧଳା ଜମାଟ । 

5,166

ନିକଟରେ ଚୀନ୍ ର ଜଣେ ବ୍ୟକ୍ତିଙ୍କ ଫୁସଫୁସ୍ ର ଏକ୍ସ-ରେ ବାହାର କରାଯାଇଛି । ଏହି ଏକ୍ସ-ରେର ଏକ ଫଟୋକପି ସୋସିଆଲ୍ ମିଡିଆ ମାଧ୍ୟମରେ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ କରୋନା କେତେ ଭୟଙ୍କର ହୋଇପାରେ ତାହା ଜଣାପଡୁଛି । ଏହି ଫଟୋରେ ଦେଖିବାକୁ ମିଳୁଛି ଯେ କିଭଳି କରୋନା ଫୁସଫୁସ୍ ରେ ପଶି ଶ୍ୱାସକ୍ରିୟାକୁ ରୋକିବାକୁ ଚେଷ୍ଟା କରୁଛି । ଏହି ଏକ୍ସ-ରେରେ ଆପଣଙ୍କୁ ଅନେକ ଧଳା ଜମାଟ ଦେଖିବାକୁ ମିଳିବ ।

ଏକ୍ସ-ରେରେ ଦେଖାଯାଉଥିବା ଏହି ଜମାଟ କରୋନା ଭୁତାଣୁ ପ୍ରଭାବିତ ହୋଇଥିବା ଅଂଶ । ରେଡିୟୋଲୋଜିଷ୍ଟ୍ ଏହି ଧଳା ଜମାଟକୁ “ଗ୍ଲାସ୍ ଓପୋସିଟି” ବୋଲି କହିଥାନ୍ତି । ଯାହାର ଅର୍ଥ ଫୁସଫୁସ୍ ର ଯେଉଁ ସ୍ଥାନରେ ପବନ ରହିବା କଥା ସେଠାରେ କରୋନା ଭାଇରସ୍ ବିକଶିତ ହୋଇସାରିଛି । ଫୁସଫୁସ୍ ରେ ପ୍ରବେଶ କରି ଜମାଟ ବାନ୍ଧୁଛି କରୋନା ଭୁତାଣୁ । ଯେଉଁଥିପାଇଁ ଲୋକଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟକର ହେଉଛି । ଏହି ଏକ୍ସ-ରେ ଟି ଯେଉଁ ବ୍ୟକ୍ତିଙ୍କର ସେ ବୁହାନର ମାଂସ ବଜାରରୁ ସଂକ୍ରମିତ ହୋଇଥିବା କଥା ସାମ୍ନାକୁ ଆସିଥିଲା ।

ଦୁନିଆର ସବୁ କରୋନା ରୋଗୀଙ୍କ ଏକ୍ସ-ରେ ଏବଂ ସିଟି ସ୍କାନରେ ଏଭଳି ଧଳା ଜମାଟ ବାନ୍ଧିଥିବା ଦେଖିବାକୁ ମିଳିଛି । ତେବେ ଏହି ଏକ୍ସ-ରେ ରେଡିୟୋଲୋଜିଷ୍ଟ୍ ସୋସାଇଟି ଅଫ୍ ନର୍ଥ ଆମେରିକା ଜାରି କରିଛି । ଏହି ସୋସାଇଟି ପାଖାପାଖି ୧୦୦୦ ରୋଗୀଙ୍କୁ ନେଇ ଏହି ପରୀକ୍ଷା କରିଛି । ସମସ୍ତଙ୍କ ଛାତିର ଏକ୍ସ-ରେରେ ଏହି ସମାନ ଅସୁବିଧା ଦେଖିବାକୁ ମିଳିଛି ।