ବଢୁଛି ‘କରୋନା’ କାୟା: ଗତ ୨୪ ଘଂଟା ମଧ୍ୟରେ ଦେଶରେ ସର୍ବାଧିକ ୬ ହଜାର ୮୮ ନୂଆ ମାମଲା; ସଂକ୍ରମିତଙ୍କ ସଂଖ୍ୟା ୧,୧୮,୦୦୦ ପାର୍, ମୃତ୍ୟୁ ସଂଖ୍ୟା ୩୫୮୩କୁ ବୃଦ୍ଧି

326

କନକ ବ୍ୟୁରୋ: ଦେଶରେ ବଢୁଛି କରୋନାର ପ୍ରକୋପ । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ସାଢେ ୩ ହଜାର ପାର୍ । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ହଜାର ୫୮୩କୁ ବୃଦ୍ଧି ପାଇଛି । ଏହାସହିତ ଦେଶରେ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୧୮ହଜାର ୪୪୭ରେ ପହଂଚିଛି । ତେବେ ତାଜା ସୂଚନା ଅନୁସାରେ, ଗତ ୨୪ ଘଂଟା ମଧ୍ୟରେ କରେ ସର୍ବାଧିକ ୬ ହଜାର ୮୮ଟି ନୂଆ କରୋନା ଆକ୍ରାନ୍ତ ଠାବ ହୋଇଥିବା ବେଳେ ୧୪୮ ଜଣ କରୋନା ମହାମାରୀରେ ଜୀବନ ହାରିଛନ୍ତି । ସେହିଭଳି ବର୍ତ୍ତମାନ ସୁଦ୍ଧା ମୋଟ ୪୮ ହଜାର ୫୩୪ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ନେଇ ସ୍ପଷ୍ଟ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ତେବେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ସବୁଠୁ ଆଗରେ ରହିଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତ ସଂଖ୍ୟା ୪୧ ହଜାର ୬୪୨ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୪ ଶହ ୫୪କୁ ବୃଦ୍ଧି ପାଇଛି । ସେହିପରି ଗୁଜରାଟରେ ୧୨ହଜାର ୯୦୫ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା ୭୭୩କୁ ବୃଦ୍ଧି ପାଇଛି । ସେହିଭଳି ଦିଲ୍ଲୀରେ ୧୧ ହଜାର ୬୫୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ରହିଛି ୧୯୪ । ସେହିପରି ଆନ୍ଧ୍ରପ୍ରଦେଶରେ ୨୬୪୭କରୋନା ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୫୩ରେ ପହଂଚିଛି । ମଧ୍ୟପ୍ରଦେଶରେ ୫ ହଜାର ୯୮୧ ଜଣ ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୨୭୦କୁ ବୃଦ୍ଧି ପାଇଥିବା ନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ।