କନକ ବ୍ୟୁରୋ: ୨୧ ଦିନିଆ ଲକ୍ ଡାଉନ୍ ସମୟରେ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ଦେଶବାସୀ । ଲୋକଙ୍କ ସୁରକ୍ଷା ପାଇଁ ସରକାର ନେଉଛନ୍ତି ବଳିଷ୍ଠ ପଦକ୍ଷେପ ହେଲେ ଲକ୍ ଡାଉନ ବେଳେ ଦିଲ୍ଲୀ ପୋଲିସର ମାନବିକତାକୁ ନେଇ ଚାରିଆଡୁ ଏବେ ପ୍ରଂଶସା କରାଯାଉଛି ।

Advertisment

publive-imageଘଟଣାଟି ଏହିପରି କି ଯେ, ଦିଲ୍ଲୀର ମୈଦାନ୍ ଗ୍ରାହୀ ଅଞ୍ଚଳର ଜଣେ ଆସନ୍ନ ପ୍ରସବା ମହିଳା ଯନ୍ତ୍ରଣା ଅନୁଭବ କରିବାରୁ ଏପରିସ୍ଥିତିରେ ପ୍ରସୂତିଙ୍କୁ ହସ୍ପିଟାଲକୁ ନେବା ପାଇଁ ତାଙ୍କ ପରବାର ବର୍ଗ ଗୋଟିଏ ଆମ୍ବଲାନ୍ସ ଯୋଗାଡ଼ ପାଇଁ ବହୁ ଉଦ୍ୟମ କରିଥିଲେ ହେଲେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ପ୍ରସୂତୀଙ୍କ ଗର୍ଭ ଯନ୍ତ୍ରଣା ଯେତେବେଳେ ଅସହ୍ୟ ହେଲା, ସେ ଅନୋନ୍ୟପାୟ ହୋଇ ପୁଲିସ୍ କଣ୍ଟ୍ରୋଲ ରୁମକୁ ଘଟଣା ସଂପର୍କରେ ଜଣାଇଥିଲେ। ଆଉ ଏ ଘଟଣା ସଂପର୍କରେ ଜାଣିବା ପରେ ସଙ୍ଗେ ସଙ୍ଗେ ଏକ ପିସିଆର ଭ୍ୟାନକୁ ତାଙ୍କ ଘରକୁ ଆସି ପହଁଚି ଆସନ୍ନ ପ୍ରସବାଙ୍କୁ ହସ୍ପିଟାଲ ନେଇଥିଲା ।

ସବୁଠାରୁ ରୋଚକ କଥା ହେଲା କି, ପ୍ରସୂତି ଜଣକ ଆମ୍ବଲାନ୍ସ ବଦଳରେ ପୁଲିସର ପିସିଆର ଭ୍ୟାନରେ ନିକଟସ୍ଥ ହସ୍ପିଟାଲକୁ ଯାଉଥିବା ବାଟରେ ଏକ ନବଜାତକକୁ ଜନ୍ମ ଦେଇଥିଲେ । ସେତେବେଳକୁ ପୁଲିସ୍ ପିସିଆର ତାଙ୍କୁ ନେଇ ହସ୍ପିଟାଲରେ ପହଞ୍ଚାଇ ସାରିଥିଲା । ଏବେ ଉଭୟ ପ୍ରସୂତି ଓ ତାଙ୍କ ନବଜାତକ ସୁସ୍ଥ ଥିବା ଜାଣିବାକୁ ମିଳିଛି । ତେବେ ଲକ୍ ଡାଉନ୍ କାଳରେ ଦିଲ୍ଲୀ ପୁଲିସ୍ ପ୍ରଦର୍ଶନ କରିଥିବା ମାନବିକତାକୁ ନେଇ ଏବେ ସମସ୍ତେ ଶତମୁଖ ହୋଇ ଉଠିଛନ୍ତି ।