ମକା ଖାଉଛି ବିଦେଶୀ ପୋକ ! ସୁନ୍ଦରଗଡ଼ ପରେ ଏବେ ବିଦେଶୀ ପୋକ ପାଟିରେ ବଲାଙ୍ଗୀର ଓ କଳାହାଣ୍ଡି ମକା ଫସଲ ।

254

କନକ ବ୍ୟୁରୋ: ଜଳ ବିହୁନେ ସୃଷ୍ଟି ନାସ, ଜଳ ବହୁଳେ ସୃଷ୍ଟି ନାସ । ଏଇ ଯେମିତି ବର୍ଷା ଅଭାବରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଚାଷ କାମ ଠପ୍ ହୋଇଯାଇଛି । ଆଉ ଏତିକି ବେଳେ ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁରରେ ମକା ଫସଲ ଉଜୁଡି ଯାଇଛି । ୪ ଦିନର ବର୍ଷାରେ ଉମରକୋଟ ଅଂଚଳପେ ଜନଜୀବନ ଯେତିକି ପ୍ରଭାବିତ ହୋଇଛି ମକା ଫସଲ ମଧ୍ୟ ସେତିକି ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ।

ଜମିରୁ ବର୍ଷା ପାଣି ଶୁଖି ଯାଇଛି, କିନ୍ତୁ ଚାଷୀଙ୍କ ଆଶା ମଉଳି ଯାଇଛି । ବର୍ଷା ମାଡରେ ଶୋଇ ପଡିଥିବା ମକା ଗଛ ପୁଣି ଠିଆ ହେବ ସେ ଆଶା ଛାଡିଦେଇଛନ୍ତି ନବରଙ୍ଗପୁର ଉମରକୋଟର ମକା ଚାଷୀ । ୪ ଦିନର ଲଗାଣ ବର୍ଷା ଚାଷୀକୂଳର ବର୍ଷକର ସ୍ୱପ୍ନକୁ ଭସେଇ ନେଇଛି । ବର୍ଷା ବନ୍ୟା ପରିସ୍ଥିତି ସୃଷ୍ଟି କରିଥିଲା । ଆଉ ଏବେ ପାଣି ଛାଡିବା ପରେ ଉଜୁଡା ମକା ବିଲକୁ ଦେଖି କରଜ କରି ଚାଷ କରିଥିବା ଚାଷୀ ଭାଙ୍ଗି ପଡିଛନ୍ତି ।

୫ରୁ୬ ଫୁଟର ମକା ଗଛକୁ ଦେଖି ଚଳିତ ବର୍ଷ ଭଲ ଦୁଇ ପଇସାର ରୋଜଗାର ଆଶା ରଖିଥିଲେ ଚାଷୀ । କିନ୍ତୁ ବର୍ଷା ପରେ ଏକର ଏକର ଚାଷ ଜମିରେ ମକା ଗଛର ଅବସ୍ଥା ଦେଖି ହତାସ ହୋଇପଡିଛନ୍ତି । ମକା ବିକ୍ରି କରି ପରିବାର ପୋଷିବା ଆଶା ଛାଡି ଋଣ ପରିଶୋଧ ପାଇଁ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ଚାଷୀ । ସେପଟେ ଉମରକୋଟ ତହସିଲଦାର କହିଛନ୍ତି, ରାଜସ୍ୱ ନୀରିକ୍ଷକଙ୍କ ସର୍ଭେ ରିପୋର୍ଟ ଆସିବା ପରେ ଆଇନ୍ ଅନୁସାରେ ପଦକ୍ଷେପ ନିଆଯିବ । ଉପାନ୍ତ ଅଂଚଳର ଚାଷୀ ଅନେକ ସମୟରେ ସରକାରୀ ସବୁଧା ସୁଯୋଗରୁ ବଂଚିତ ହେଉଥିବା ଅଭିଯୋଗ ଆସିଥାଏ । ହେଲେ ଚଳିତବର୍ଷ ପ୍ରକୃତିର ପ୍ରକୋପରୁ ବର୍ତୀ ପାରିନାହାନ୍ତି ଉମରକୋଟ ଚାଷୀ ।