ଖୋଲିଲା ସାବରିମାଳା ମନ୍ଦିର, ହେଲେ ଦର୍ଶନରୁ ବଞ୍ଚିତ ହେଲେ ମହିଳା । ପରମ୍ପରା ନାଁରେ ବେସ୍ କ୍ୟାମ୍ପରୁ ମହିଳା ଶ୍ରଦ୍ଧାଳୁଙ୍କ ଫେରାଇ ଦେଲେ ସୁରକ୍ଷକର୍ମୀ

ସୁରକ୍ଷା ଯୋଗାଇ ଦେବାକୁ କେରଳ ସରକାରଙ୍କ ପଛଘୁଂଚା

192

କନକ ବ୍ୟୁରୋ: ଖୋଲିଲା କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିର । ହେଲେ ପ୍ରଥମ ଦିନରେ କିନ୍ତୁ ମହିଳା ମନ୍ଦିରକୁ ପ୍ରବେଶ କରି ଦର୍ଶନ କରିବାକୁ ମିଳିଲାନି ସୁଯୋଗ । ସୁପ୍ରିମକୋର୍ଟଙ୍କ ରାୟ ପରେ ବି ସ୍ୱାମୀ ଅୟପ୍ପାଙ୍କ ପୂଜା ପାଇଁ ଯାଇଥିବା ମହିଳା ଭକ୍ତ ନିରାଶ ହୋଇ ଫେରିଛନ୍ତି । ଆନ୍ଧ୍ର ପ୍ରଦେଶରୁ ଆସିଥିବା ପ୍ରାୟ ୧୦ ମହିଳା ଭକ୍ତଙ୍କୁ ମନ୍ଦିର ପ୍ରବେଶ କରି ଆୟପ୍ପାଙ୍କ ପୂଜା କରିବା ପାଇଁ ସୁଯୋଗ ଦିଆଯାଇନି । ସେମାନଙ୍କୁ ପଂବା ବେସ୍ କ୍ୟାମ୍ପ ନିକଟରୁ ନିରାଶ ହୋଇଫେରିବାକୁ ପଡିଛି । ଆଉ କିଛି ମହିଳା ମନ୍ଦିର ନିକଟରୁ ଫେରିଛନ୍ତି । କେରଳର ସାବରିମାଳା ମନ୍ଦିରର ପରଂମ୍ପରାର ନାଁ ନେଇ ମହିଳା ଶ୍ରଦ୍ଧାଳୁଙ୍କୁ ଆଗକୁ ବଢିବାକୁ ଦେଇନଥିଲେ ସୁରକ୍ଷାକର୍ମୀ ।

ସେପଟେ କେରଳ ସରକାର କହିଛନ୍ତି କୌଣସି ମହିଳା ଭକ୍ତ ମନ୍ଦିରକୁ ଯିବାକୁ ଚାହିଁବେ ସେମାନଙ୍କୁ ସ୍ୱତନ୍ତ୍ର ସୁରକ୍ଷା ଯୋଗାଇ ଦିଆଯିବ ନାହିଁ । ଏଥିିପାଇଁ ସେମାନଙ୍କୁ କୋର୍ଟରୁ ଅର୍ଡର ଆଣିବାକୁ ପଡିବ । ନଭେମ୍ୱର ୧୬ ତାରିଖରୁ ଦୁଇ ମାସ ଧରି ଶ୍ରଦ୍ଧାଳୁମାନେ ଏବେ ସ୍ୱାମୀ ଆୟପ୍ପାଙ୍କ ଦର୍ଶନ କରିପାରିବେ । ସବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ ବିବାଦ ପରେ କେରଳ ହାଇକୋର୍ଟ ମହିଳାଙ୍କ ପ୍ରବେଶ ଉପରେ ରୋକ୍ ଲଗାଇଛନ୍ତି । ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ମନ୍ଦିରରେ ମହିଳାଙ୍କୁ ପ୍ରବେଶ ଅଧିକାର ଦେଇଥିଲେ । ଯାହା ବିରୋଧରେ ୬୫ଟି ଆବେଦନ ପଡିଛି ।