ବିଜେପି ବିଧାୟିକାଙ୍କ ବିବାଦୀୟ ବୟାନ ! କହିଲେ ନିରାଶା, ବେକାରୀ ଯୋଗୁଁ ବଢୁଛି ଦୁଷ୍କର୍ମ ।

45

ହରିୟାଣାର ବିଜେପି ବିଧାୟିକା ପ୍ରେମଲତା ସିଂହ ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ସେ କହିଛନ୍ତି, ଯୁବଗୋଷ୍ଠୀଙ୍କ ମଧ୍ୟରେ ବେକାରୀ ଓ ନିରାଶା ବୃଦ୍ଧି ପାଇବା କାରଣରୁ ଦୁଷ୍କର୍ମ ଘଟଣା ଦିନକୁ ଦିନ ବଢିଚାଲିଛି । ଦୁଷ୍କର୍ମ ପଛରେ ଏହା ହିଁ ମୁଖ୍ୟ କାରଣ ରହିଥିବା ହରିୟାଣାର ବିଜେପି ବିଧାୟିକା ପ୍ରେମଲତା ସିଂହ କହିଛନ୍ତି । ତେବେ ବିଧାୟିକାଙ୍କ ଏଭଳି ବୟାନକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ତୀବ୍ର ସମାଲୋଚନା କରାଯାଇଛି । ଜଣେ ବିଧାୟିକା ଓ ନାରୀ ହୋଇଥିବା ସତ୍ତେ୍ୱ ତାଙ୍କ ମୁହଁରୁ ଏଭଳି ବୟାନ ପ୍ରକାଶ ପାଇବା ପରିତାପର ବିଷୟ ବୋଲି କିଛି ଲୋକ ଦର୍ଶାଇଛନ୍ତି ।

ହରିୟାଣାର ଉଚଣା କଲାଣ ବିଧାୟିକା ତଥା କେନ୍ଦ୍ରମନ୍ତ୍ରୀ ବୀରେନ୍ଦର ସିଂହଙ୍କ ପତ୍ନୀ ପ୍ରେମଲତା ସିଂହ କହିଛନ୍ତି, ନିରାଶା ଭାବ ବର୍ତ୍ତମାନ ପରିପ୍ରେକ୍ଷୀରେ ଯୁବପୀଢିଙ୍କ ମନକୁ ଭାରାକ୍ରାନ୍ତ କରିପକାଇଛି । ସେମାନେ ନିଜ ଭବିଷ୍ୟତକୁ ନେଇ ବେଶ୍ ସନ୍ଦିହାନ ହେଉଛନ୍ତି । ଫଳରେ ସେମାନେ ତୀବ୍ର ଅବସାଦର ସମ୍ମୁଖୀନ ହୋଇ ଏଭଳି କାଣ୍ଡ ଘଟାଉଥିବା ବିଧାୟିକା କହିଛନ୍ତି । କୌଣସି ସ୍ଥାନରେ ମହିଳାଙ୍କୁ ଦେଖିବା କ୍ଷଣି ସେମାନଙ୍କ ମନରେ ଖରାପ ଉଦ୍ଦେଶ୍ୟ ଜାଗ୍ରତ ହେଉଛି । ଉଲ୍ଲେଖଯୋଗ୍ୟ, ହରିୟାଣାର ସିବିଏସଇ ଟପ୍ପର ଗଣଦୁଷ୍କର୍ମ ହେବା ଘଟଣା ଉପରେ ମନ୍ତବ୍ୟ ରଖି ପ୍ରେମଲତା ଏଭଳି ବୟାନ୍ ରଖିଛନ୍ତି ।