ବିବାଦରେ ଜେଏନୟୁ ଛାତ୍ରସଂସଦ ନିର୍ବାଚନ ! ଭୋଟ ଗଣତି ବେଳେ ଉତ୍ତେଜନା, ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ।

48

ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଛାତ୍ରସଂସଦ ନିର୍ବାଚନ ପାଇଁ ଶୁକ୍ରବାର ଭୋଟଗ୍ରହଣ ପରେ ଗଣନାକୁ ନେଇ ଦେଖାଦେଇଛି ବିବାଦ । ନିର୍ବାଚନର ଭୋଟ୍ ଗଣତି ୧୨ ଘଣ୍ଟା ଅଟକିବା ପରେ ଗତକାଲି ରାତି ୧୧ଟାରୁ ପୁଣି ଆରମ୍ଭ ହୋଇଥିଲା। ଗଣତି ଚାଲିଥିବା କକ୍ଷରେ ଗତକାଲି କିଛି ଛାତ୍ର ବଳପୂର୍ବକ ପଶି ଭୋଟ୍ ବକ୍ସ ତଥା ବ୍ୟାଲଟ ପେପର ଛଡ଼ାଇ ନେବାକୁ ଉଦ୍ୟମ କରିବା ପରେ ଭୋଟଗଣତି ଅଟକି ଥିଲା।

ତେବେ ୧୨ ଘଣ୍ଟା ପରେ ଗଣତି ଆରମ୍ଭ ହୋଇଥିଲା। ବାମ ସମର୍ଥିତ ଛାତ୍ର ସଂଗଠନ ସହିତ ନିର୍ବାଚନ ଅଧିକାରୀମାନେ ହାତ ମିଳାଇଥିବାରୁ ଏହା ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ କରିବାକୁ ଏବିଭିପି ଧମକ ଦେଇଛି। ଅନ୍ୟପକ୍ଷରେ ବାମ ଦଳ ସମର୍ଥିତ ଛାତ୍ର ସଂଗଠନଗୁଡ଼ିକ କହିଛନ୍ତି ଯେ ଏବିଭିପି କାର୍ଯ୍ୟକର୍ତ୍ତାମାନେ କ୍ୟାମ୍ପସରେ ହିଂସା ସୃଷ୍ଟି କରୁଛନ୍ତି। ତେବେ ଭୋଟ ଗଣତି ସମୟରେ ଉଭୟ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ମାରପିଟ୍ ମଧ୍ୟ ହୋଇଥିବା ଜଣାପଡିଛି । ତେବେ ୧୨ ଘଣ୍ଟା ଗଣତି ବନ୍ଦ ହେବା ପରେ ପୁଣି ଥରେ ଆରମ୍ଭ ହୋଇଥିଲା ଭୋଟ୍ ଗଣତି ।