ଭୋଟ୍ ହାତେଇବା ପାଇଁ ନେତାଙ୍କ ଅଭିନବ ରଣନୀତି : କିଏ କାଟୁଛି ମୁଣ୍ଡର ବାଳ ତ କିଏ କରାଉଛି ସ୍ନାନ

ଭୋଟ୍ ପାଇଁ ନାଟ । ନେତା ଆପଣେଇଲେ ଏହି ବାଟ

101

ତେଲେଙ୍ଗାନାରେ ନେତାମାନେ ମତଦାତାଙ୍କୁ ଲୋଭ ଦେଖାଇ ଭୋଟ୍ ହାତେଇବା ଉପାୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ମତଦାତାଙ୍କୁ ନିଜ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଟଙ୍କା ଓ ମଦ ବାଣ୍ଟିବା ଖବର ତ ଆପଣ ଶୁଣିଥିବେ । କିନ୍ତୁ ତେଲେଙ୍ଗାନାରେ ଏଥର ଅଦ୍ଭୁତ ନଜିର ଦେଖିବାକୁ ମିଳିଛି । ଏଠି କେତେକ ପ୍ରାର୍ଥୀ ମାଗଣାରେ ଭୋଟର୍ସଙ୍କ ବାଳ କାଟୁଛନ୍ତି ତ କେଉଁଠି ଗାଧୋଇ ଦେଉଛନ୍ତି ।

ତେଲେଙ୍ଗାନାର ଭୁପାଲପଲ୍ଲୀ ବିଧାନସଭା କ୍ଷେତ୍ରରେ ଏମିତି ଏକ କୌତୁକିଆ ଫଟୋ ସାମନାକୁ ଆସିଛି । ଯେଉଁଠି ଟିଆରଏସ ପ୍ରାର୍ଥୀ ମଧୁସୂଦନ ଚାରୀ ଏକ ସେଲୁନରେ ପହଂଚି ଲୋକଙ୍କ ବାଳ, ଦାଢ଼ି କାଟିବାକୁ ଲାଗିଲେ । ମଧୁସୂଦନ ତେଲେଙ୍ଗାନାର ପୂର୍ବ ଅଧ୍ୟକ୍ଷ ଏବଂ ଟିଆରଏସ ତାଙ୍କୁ ଭୁପାଲପଲ୍ଲୀ ସିଟରୁ ଛିଡା କରିଛନ୍ତି । ସେ ତାଙ୍କ ଅଂଚଳରେ ନିର୍ବାଚନୀ ପ୍ରଚାର ପାଇଁ ବାହାରିଥିଲେ । ଏହି ସମୟରେ ସେ ଗୋଟିଏ ହେୟାର କଟିଙ୍ଗ ସେଲୁନ୍ ଯାଇକି ପହଂଚିଲେ, ଯେଉଁଠି ଜଣେ ବ୍ୟକ୍ତି ଦାଢ଼ି କାଟୁଥିଲେ । ଏହା ଦେଖି ମଧୁସୂଦନ ବ୍ୟକ୍ତିଙ୍କ ଦାଢ଼ି କାଟିବାକୁ ଲାଗିଲେ ଓ କହିଲେ, “ଭାଇ ମୋତେ ଭୋଟ୍ ନିଶ୍ଚୟ ଦେବେ, ମୁଁ ତୁମର ସେବା କରୁଛି ।”

ଆହୁରି ଏମିତି ଅନେକ ନଜିର ଦେଖିବାକୁ ମିିଳିଛି । ୟେଲାଣ୍ଡୁ ବିଧାନସଭା ସିଟ୍ ରେ ଦେଖିବାକୁ ମିଳିଛି କି ନିର୍ବାଚନୀ ପ୍ରାର୍ଥୀ କୋରମ କନକଇଆ ନିର୍ବାଚନୀ ପ୍ରଚାର ସମୟରେ ଏକ ଘର ପାଖକୁ ପହଂଚିଲେ, ଯେଉଁଠି ଜଣେ ବ୍ୟକ୍ତି ଘର ବାହାରେ ଖୋଲାରେ ଗାଧୋଉଥିଲା । ଏମିତିରେ ପ୍ରାର୍ଥୀ ଜଣକ ନିଜେ ବାଲଟିରେ ପାଣି ନେଇ ତାଙ୍କୁ ଗାଧୋଇଦେଲେ ।