କାହିଁକି ଭାରତରେ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ରୁପେ ପାଳନ କରାଯାଏ ? କ’ଣ ରହିଛି ଏହାର ମହତ୍ତ୍ୱ , ଜାଣନ୍ତୁ  ୫ ଟି ଖାସ୍ କଥା ।

1,303

ପ୍ରତିବର୍ଷ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ରୂପେ ପାଳନ କରାଯାଏ । ୧୯୪୯ ମସିହା ଆଜିର ଦିନରେ ଅର୍ଥାତ୍ ନଭେମ୍ବର ୨୬ ତାରିଖରେ ଭାରତର ସମ୍ବିଧାନ ପ୍ରସ୍ତୁତ ହୋଇଥିଲା । ଡା.ବି.ଆର୍.ଆମ୍ବେଦକର ଭାରତ ସମ୍ବିଧାନକୁ ଦୁଇବର୍ଷ ଏଗାର ମାସ ଏବଂ ୧୮ ଦିନରେ ପ୍ରସ୍ତୁତ କରି ରାଷ୍ଟ୍ରକୁ ସମର୍ପିତ କରିଥିଲେ । ଭାରତର ସମ୍ବିଧାନ ବିଶ୍ୱର ସବୁଠାରୁ ବଡ ସମ୍ବିଧାନ ମନେ କରାଯାଏ । ୨୬ ଜାନୁଆରୀ ୧୯୫୦ ରେ ଲାଗୁ କରାଯାଇଥିବା ଭାରତର ସମ୍ବିଧାନ ପ୍ରଥମ ଥର ପାଇଁ ଭାରତ ସରକାରଙ୍କ ଦ୍ୱାରା ୨୦୧୫ ମସିହାରେ “ସମ୍ବିଧାନ ଦିବସ” ରୂପେ ପାଳନ କରାଗଲା ।

ଡା. ଆମ୍ବେଦକରଙ୍କ ଯୋଗଦାନ ଏବଂ ସମ୍ବିଧାନର ମହତ୍ତ୍ୱକୁ ପ୍ରସାର କରିବା ପାଇଁ “ସମ୍ବିଧାନ ଦିବସ” ପାଳନ କରାଯାଏ । ଆପଣଙ୍କୁ କହିରଖୁଛୁ କି ସମ୍ବିଧାନ ସଭାର ସଦସ୍ୟଙ୍କୁ ଭାରତର ବିଭିନ୍ନ ରାଜ୍ୟର ନିର୍ବାଚିତ ସଦସ୍ୟଙ୍କ ଦ୍ୱାରା ଚୟନ କରାଯାଇଥିଲା । ପଣ୍ଡିତ ଜବାହାରଲାଲ୍ ନେହେରୁ ,ଡ.ରାଜେନ୍ଦ୍ର ପ୍ରସାଦ , ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ , ମୌଲାନା ଅବୁଲ୍ କଲାମ୍ ଆଜାଦ୍ ଆଦି ଏହି ସଭାର ପ୍ରମୁଖ ସଦସ୍ୟ ଥିଲେ । ସମ୍ବିଧାନ ପୁସ୍ତକ ପ୍ରସ୍ତୁତି ପାଇଁ କୌଣସି ଟାଇପିଙ୍ଗ୍ ମେସିନ୍ କିମ୍ବା ପଣ୍ଟିଙ୍ଗର ବ୍ୟବହାର କରାଯାଇନଥିଲା । ଆଜି ସମ୍ବିଧାନ ଦିବସ ଅବସରରେ ଆମେ ଆପଣଙ୍କୁ ସମ୍ବିଧାନ ସହ ଜଡିତ ଥିବା ଏଭଳି ୫ ଟି କଥା ଉପରେ କହିବାକୁ ଯାଉଛୁ ।

ଭାରତ ସମ୍ବିଧାନ ସହ ଜଡିତ ଥିବା ୫ ବଡ କଥା –

୧ . ଭାରତୀୟ ସମ୍ବିଧାନ ୨୬ ନଭେମ୍ବର ୧୯୪୯ ରେ ପ୍ରସ୍ତୁତ ହୋଇଥିଲା । ଯାହା ୨ ବର୍ଷ,୧୧ ମାସ ଏବଂ ୧୮ ଦିନରେ ପ୍ରସ୍ତୁତ ହୋଇଥିଲା । ସମ୍ବିଧାନକୁ ୪୪୮ ଅନୁଚ୍ଛେଦ ,୧୨ ଅନୁସୂଚୀ ଏବଂ ୨୫ ଭାଗରେ ବିଭାଜିତ କରାଯାଇଛି ।

୨ . ସମ୍ବିଧାନ ସଭାର ୨୮୪ ସଦସ୍ୟ ୨୪ ଜାନୁଆରୀ ୧୯୫୦କୁ ଦସ୍ତାବିଜ୍ ଉପରେ ହସ୍ତାକ୍ଷର କରିଥିଲେ ଏହାର ଦୁଇଦିନ ପରେ ଅର୍ଥାତ୍ ୨୬ ଜାନୁଆରୀ ୧୯୫୦ ତାରିଖରେ ଏହାକୁ ଲାଗୁ କରାଯାଇଥିଲା ।

୩ . ସମ୍ବିଧାନ ପୁସ୍ତକରେ କୌଣସି ଟାଇପିଙ୍ଗ୍ ଏବଂ ପ୍ରିଣ୍ଟିଙ୍ଗ୍ ର ବ୍ୟବହାର କରାଯାଇନାହିଁ ।

୪ . ୧୯୪୭ ଅଗଷ୍ଟ ୨୯ ତାରିଖରେ ଭାରତ ସମ୍ବିଧାନ ପୁସ୍ତକ ପ୍ରସ୍ତୁତ କରିଥିବା ସମିତିର ସ୍ଥାପନା କରାଯାଇଥିଲା ଏବଂ ଡା.ବି.ଆର୍.ଆମ୍ବେଦକରଙ୍କୁ ଏହାର ଅଧ୍ୟକ୍ଷ ରୁପେ ନିଯୁକ୍ତି ଦିଆଯାଇଥିଲା ।

୫ . ସମ୍ବିଧାନ ସଭାରେ ଆନୁମାନିକ ଖର୍ଚ୍ଚ ୧ କୋଟି ଟଙ୍କା ହୋଇଥିଲା ।