କୋଷ୍ଠକାଠିନ୍ୟ ସମସ୍ୟାରୁ ବର୍ତ୍ତିବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଫଳର ଜୁସ୍, କୋଷ୍ଠକାଠିନ୍ୟ ସହ ଅନ୍ୟ ମାରାତ୍ମକ ରୋଗ ପାଇଁ ଏହା ଖୁବ୍ ଲାଭକାରୀ ।

101

ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ମଧ୍ୟରୁ ପେଟ ହେଉଛି ଅନ୍ୟତମ । ଯଦି ଆପଣଙ୍କ ପେଟର ଆପଣ ଠିକ୍ ରୂପେ ଯତ୍ନ ନେଉନାହାନ୍ତି ତେବେ ୫୦ ପ୍ରକାର ରୋଗ ଆପଣଙ୍କୁ ଗ୍ରାସିବ ଏହା ତ ଶୁନିଶ୍ଚିତ । କୋଷ୍ଠକାଠିନ୍ୟ ହେଉଛି ଏହି ରୋଗମାନଙ୍କ ମଧ୍ୟରେ ପ୍ରଧାନ । ଭାରତରେ ପ୍ରାୟ ୬୦ ପ୍ରତିଶତ ଲୋକ କୋଷ୍ଠକାଠିନ୍ୟ ରୋଗରେ ପୀଡିତ ଅଛନ୍ତି । ଏହି ରୋଗରୁ ଉପସମ ପାଇବାକୁ ଚାହୁଁଥିଲେ ଏହି ଘରୋଇ ଉପଚାର ଆପଣଙ୍କ ସହାୟକ ହୋଇପାରିବ । ବେଲ ଫଳ : ବାହାରରୁ କଠିନ ଦେଖାଯାଉଥିବା ଏହି ଫଳ ଭିତରୁ କୋମଳ ଏବଂ ମଞ୍ଚିଯୁକ୍ତ । ଆୟୁର୍ବେଦରେ ବେଲ ବିଷୟରେ ସମ୍ପୁର୍ଣ୍ଣ ବିବରଣୀ ଦିଆଯାଇଛି । ସୌନ୍ଦର୍ଯ୍ୟ ଏବଂ ସ୍ୱାସ୍ଥ୍ୟ ପାଇଁ ଏହି ଫଳ ଖୁବ୍ ଉପଯୋଗୀ । କୋଷ୍ଠକାଠିନ୍ୟ ରୋଗ ପାଇଁ ଏହା ରାମବାଣ ସଦୃଶ କାମ କରିଥାଏ । ବେଲରେ ପ୍ରୋଟିନ, ଥାୟମିନ୍, ବିଟା-କେରୋଟିନ୍, ରାଇବୋଫ୍ଲୋବିନ୍ ଏବଂ ଭିଟାମିନ୍-ସି ଭରପୂର ମାତ୍ରାରେ ରହିଛି । ଯାହା କୋଷ୍ଠକାଠିନ୍ୟ ସହ ଅନ୍ୟ ରୋଗକୁ ଦୂରେଇବାରେ ସହାୟକ ହୁଏ । ତେବେ ଆସନ୍ତୁ ଜାଣିବା ବେଲ ରସ ପିଇଲେ ଆଉ କ’ଣ କ’ଣ ହୁଏ ।

୧. ବେଲ ରସକୁ କାଢି ସେଥିରେ କିଛି ବୁନ୍ଦା ଘିଅ ମିଶାଇ ଦିଅନ୍ତୁ । ଏହି ଜୁସକୁ ପ୍ରତିଦିନ କିଛି ମାତ୍ରାରେ ନେଇ ପିଅନ୍ତୁ । ଏହି ପେୟ ବ୍ଲଡ୍ ସୁଗରକୁ ଠିକ୍ ରଖିବା ସହ ହୃହୟ ସମ୍ବନ୍ଧୀତ ବିଭିନ୍ନ ରୋଗକୁ ମଧ୍ୟ ମୂଳରୁ ନାଶ କରିଥାଏ ।

୨. ନିୟମିତ ଭାବେ ଯଦି ବେଲ ଜୁସ୍ ପିଉଛନ୍ତି ତେବେ ଆପଣଙ୍କ ଶରୀରରେ ଗ୍ୟାସ୍ ଏବଂ କୋଷ୍ଠକାଠିନ୍ୟର ସମସ୍ୟା ମଧ୍ୟ ଦେଖାଯିବ ନାହିଁ ।

୩. କୋଲେଷ୍ଟ୍ରୋଲକୁ ନିିୟନ୍ତ୍ରିତ ରଖିବାରେ ବେଲ ଜୁସ୍ ମଧ୍ୟ ସହାୟକ ହୋଇଥାଏ ।

୪. ବେଲ ରସକୁ ଚିନି କିମ୍ବା ଗୁଡରେ ମିଶାଇ ପିଇଲେ ଡାଇରିଆ ସମସ୍ୟାରୁ ମୁକ୍ତି ମିଳେ ।

୫. ବେଲ ରସକୁ ମହୁ ସହ ମିଶାଇ ପିଇଲେ ଏସିଡିଟିରୁ ଉପସମ ମିଳିଥାଏ । ଯଦି ଆପଣଙ୍କ ଜିଭରେ ଛାଲ ପଡିଯାଉଛି ତେବେ ଏହି ମିଶ୍ରଣକୁ ପିଇବା ଆପଣଙ୍କ ପାଇଁ ଭଲ ରହିବ ।

୬. ନୁଆ କରି ମା’ ହୋଇଥିବା ସ୍ତ୍ରୀ ଲୋକମାନଙ୍କ ପାଇଁ ଏହି ରସ ବରଦାନ ସଦୃଶ ଏହା ଶିଶୁକୁ ଖାଦ୍ୟ ଯୋଗାଇବାରେ ସହାୟକ ହୋଇଥାଏ ।

୭. ନିୟମିତ ରୁପରେ ବେଲ ରସ ପିଇଲେ ସ୍ତନ କର୍ଳଟ ହେବାର ଭୟ ନଥାଏ । ଏହା ରକ୍ତ ସଫା କରିବାରେ ମଧ୍ୟ ସହାୟକ ହୋଇଥାଏ ।