ବର୍ଦ୍ଦି ଆଢୁଆଳରେ ବ୍ରାଉନସୁଗାର ବେପାର: ପେସାକୁ ଢାଲ କରି ଜହର ବିକୁଥିଲେ ପୋଲିସ ବାବୁ, ବାନ୍ଧିଲା କମିଶନରେଟ୍ ପୋଲିସ୍ ।

351

କନକ ବ୍ୟୁରୋ: ବର୍ଦ୍ଦି ଆଢୁଆଳରେ ବ୍ରାଉନସୁଗାର ବେପାର । ବ୍ରାଉନସୁଗାର ବେପାର କରୁଥିବା ଅଭିଯୋଗରେ ଗିରଫ କଲା କମିସନରେଟ ପୁଲିସ । କମିଶନରେଟ୍ ପୋଲିସ୍ ରିଜର୍ଭରେ କାମ କରୁଥିବା କନେଷ୍ଟବଳ ଜାନକୀ ବଲ୍ଲଭ ଭାରିମଲଙ୍କୁ ଗିରଫ କରିଛି ନୂଆପଲ୍ଲୀ ଥାନା ପୁଲିସ । ଗତକାଲି ବେହେରା ସାହିରେ ସେ ବ୍ରାଉନସୁଗାର ବେପାର କରୁଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଛି । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

ଇଏ ହେଉଛି ସେହି ପୋଲିସ ଯିଏ ଖାକିର ଆଢୁଆଳରେ କରୁଥିଲା ଧଳା ଜହର କାରବାର । ନାଁ ଜାନକୀ ବଲ୍ଲଭ ଭାରିମଲ । ପୁଲିସ ପେସାକୁ ଢାଲ କରି ଦୀର୍ଘଦିନ ହେବ ଏହି ବେପାର କରୁଥିଲା ଜାନକୀ । ବୁଧବାର ନୟାପଲ୍ଲୀ ଅଂଚଳରୁ ଜାନକୀ ବଲ୍ଲଭଙ୍କୁ ଗିରଫ କରାଯାଇଛି । ତାଙ୍କ ଠାରୁ ୧୦ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି, ଯାହାର ଆନୁମାନିକ ମୁଲ୍ୟ ଲକ୍ଷେ ଟଙ୍କା ହେବ । ଜାନକୀ କମିସନରେଟ ପୁଲିସ ରିଜର୍ଭ ବାରାକରେ ଦୀର୍ଘ ବର୍ଷ ହେବ ଅଛନ୍ତି । ତାଙ୍କ ନାଁରେ ରହିଛି ଅନେକ ଅଭିଯୋଗ ।

ପୋଲିସ କମିଶନର କହିଛନ୍ତି ଜାନକୀ ଜଣେ ଅଭ୍ୟାସଗତ ଅପରାଧୀ । ତାଙ୍କ ନାଁରେ ରହିଛି ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ।

• ୨୦୦୫ ମସିହା- କ୍ୟାପିଟାଲ ଥାନାରେ ଏକ ମାମଲା ରହିଛି ଜାନକୀଙ୍କ ନାଁରେ । ଯେଉଁଥିରେ ସେ ହତ୍ୟା ପାଇଁ ଅପହରଣ କରି ଗିରଫ ହୋଇଥିଲେ ।

• ୨୦୧୧ ମସିହା – ଖଣ୍ଡଗିରି ଥାନାରେ ତାଙ୍କ ନାଁରେ ମାରପିଟ କରିଥିବା ନେଇ ଅଭିଯୋଗ ହୋଇଥିଲା ।

• ୨୦୧୮ ମସିହା- ଖୋର୍ଦ୍ଧାରେ ମୋଟର ସାଇକେଲ ଚୋରି ଭଳି ଅଭିଯୋଗ ରହିଥିଲା ।

• ଆଉ ଗତକାଲି ବ୍ରାଉନସୁଗର କାରବାର ଭଳି ସଙ୍ଗିନ ମାମଲାରେ ଏହି ଅଭିଯୁକ୍ତକୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ ।

ଦୀର୍ଘଦିନ ହେବ ଖାକି ବର୍ଦି ଆଢୁଆଳରେ କିଛି ବେପାରୀଙ୍କ ସହ ମିଶି କନଷ୍ଟେବଳ ଜଣଙ୍କ ବ୍ରାଉନସୁଗର କାରବାରରେ ଲିପ୍ତ ଥିଲେ । ଗତକାଲି ବେହେରା ସାହିରେ ସେ ବ୍ରାଉନସୁଗାର ବେପାର କରୁଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଛି । ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଛି ।