କଂଗ୍ରେସର ଟିକେଟ୍ କସରତ ! ରାହୁଲଙ୍କ ନିର୍ଦ୍ଦେଶ ପରେ ବିଜୟ ସମ୍ଭାବନା ଥିବା ମହିଳା ପ୍ରାର୍ଥୀଙ୍କୁ ଖୋଜୁଛି ଦଳ, ୧୬ରେ ବସିବ ଶେଷ ସ୍କ୍ରିନିଂ କମିଟି ବୈଠକ ।

141

କନକ ବ୍ୟୁରୋ : ମହିଳା ଭୋଟରଙ୍କ ଉପରେ କଂଗ୍ରେସର ଆଖି । ଜୟପୁର ଗସ୍ତ ସମୟରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିବା ସହ ମହିଳାଙ୍କୁ ଅଧିକ ପ୍ରାର୍ଥୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏହାକୁ ନେଇ ପ୍ରାର୍ଥୀ ତାଲିକା ଚୂଡାନ୍ତ ପାଇଁ ଜୋରଦାର କସରତ କରୁଛି କଂଗ୍ରେସ । ଜିତିବା ଦକ୍ଷତା ରଖିଥିବା ମହିଳା ପ୍ରାର୍ଥୀଙ୍କୁ ଖୋଜୁଛି ଦଳ । ୧୬ ତାରିଖରେ ଶେଷ ସ୍କ୍ରିନିଂ କମିଟି ବୈଠକ । ୧୭ ତାରିଖରେ ପ୍ରଥମ ଦୁଇ ପର୍ଯ୍ୟାୟ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ କଂଗ୍ରେସ ।

ପ୍ରାର୍ଥୀ ତାଲିକା ଚୂଡାନ୍ତ ପାଇଁ ଜୋରଦାର କସରତ କରୁଛି କଂଗ୍ରେସ । ୧୫ ଲୋକସଭା ଓ ୧୦୫ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଏକପ୍ରକାର ଚୂଡାନ୍ତ ହୋଇଥିବା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ତେବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିର୍ଦ୍ଦେଶରେ ମହିଳାଙ୍କୁ ଟିକେଟ୍ ବଂଟନ ବେଳେ ଅଗ୍ରାଧିକାର ଦେଉଛି ଦଳ । ଜିତିବା ଦକ୍ଷତା ରଖିଥିବା ମହିଳା ପ୍ରାର୍ଥୀଙ୍କୁ ଖୋଜୁଛି କଂଗ୍ରେସ ।

ମହିଳା ଦିବସରେ ଜୟପୁର ଗସ୍ତ ସମୟରେ ମହିଳାଙ୍କ ପାଇଁ ପ୍ୟାକେଜ୍ ଘୋଷଣା କରିଥିଲେ ରାହୁଲ । ଏହା ସହ ଓଡ଼ିଶାରେ ଅଧିକ ମହିଳାଙ୍କୁ ଟିକେଟ୍ ଦେବାକୁ ସ୍କିନିଂ କମିଟିକୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ପ୍ରାର୍ଥୀ ତାଲିକା ଘୋଷଣା ବିଳମ୍ବ କରିଛି କଂଗ୍ରେସ । ଆସନ୍ତା ୧୬ ତାରିଖରେ ବସିବ ଶେଷ ସ୍କ୍ରିନିଂ କମିଟି ବୈଠକ । ତେଣୁ ୧୭ ତାରିଖରେ ପ୍ରଥମ ଦୁଇ ପର୍ଯ୍ୟାୟ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ମହିଳା ଭୋଟରଙ୍କ ଉପରେ ରହିଛି କଂଗ୍ରେସର ଆଖି । ଜୟପୁର ଗସ୍ତ ବେଳେ ମହିଳାଙ୍କ ପାଇଁ ଅନେକ ଘୋଷଣା କରିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । କଂଗ୍ରେସ କ୍ଷମତାକୁ ଆସିଲେ ମହିଳା ସଂରକ୍ଷଣ ବିଲ୍ ପାସ୍ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ । ଏପରିକି ସରକାରୀ ଓ ବେସରକାରୀ ଚାକିରି କ୍ଷେତ୍ରରେ ମଧ୍ୟ ୩୩ ପ୍ରତିଶତ ସଂରକ୍ଷଣ ଦିଆଯିବ ବୋଲି ମଧ୍ୟ ରାହୁଲ ଘୋଷଣା କରିଛନ୍ତି । ଏସବୁ ଦୃଷ୍ଟିରୁ ମହିଳା ପ୍ରାର୍ଥୀଙ୍କ ଉପରେ ଗୁରୁତ୍ୱ ଦେଉଛି ପିସିସି ।