ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମିରଠ ରାଲି ପରେ କଂଗ୍ରେସ ପ୍ରତିକ୍ରିୟା ରଖି ମୋଦିଙ୍କୁ “ଡ୍ରାମା କିଙ୍ଗ୍” ବୋଲି କହିଛି । କଂଗ୍ରେସ ପ୍ରବକ୍ତା ରଣଦୀପ୍ ସୁରଜେୱାଲା ଏକ ପ୍ରେସ୍ କନଫ୍ରେନ୍ସ କରି କହିଛନ୍ତି ଯେ ମୋଦି ଜୀଙ୍କୁ ଦିନରାତି ରାହୁଲ ଗାନ୍ଧୀ ଏବଂ କଂଗ୍ରେସର ହିଁ ସ୍ୱପ୍ନ ଆସୁଛି । ଯଦି ସେ ସ୍ୱଳ୍ପ ସମୟ ଦେଶ ପାଇଁ ଲଗାନ୍ତେ ତେବେ ତାଙ୍କର ଆଜି ଏଭଳି ଅବସ୍ଥା ହୋଇନଥାନ୍ତା ।
ପ୍ରଧାନମନ୍ତ୍ରୀ ମୋଦି ନ୍ୟାୟ ଯୋଜନାକୁ ପରିହାସ କରି ଦେଶର ଗରିବଙ୍କୁ ପରିହାସ କରିବା କଥା ସେ କହିଥିଲେ । କେବଳ ଏତିକି ନୁହେଁ ମିରଠର କୃଷକଙ୍କୁ ସେ ଜବାବ୍ ଦିଅନ୍ତୁ ବିଜେପି ୧୪ ଦିନରେ ଯାହା ଦେବାକୁ ପ୍ରତିଶୃତି ଦେଇଥିଲା । ତା’ର ହେଲା କ’ଣ? ଏସପି,ଆରଏଲଡି ଏବଂ ବିଏସପିକୁ ‘ମଦ’ ସହ ତୁଳନା କରି ମୋଦି ମର୍ଯ୍ୟାଦା ଉଲ୍ଲଘଂନ କରିଛନ୍ତି ।
ରଣଦୀପ୍ ସୁରଜେୱାଲା କହିଥିଲେ , ଲୋକତାନ୍ତ୍ରିକ ତରିକାରେ ନିର୍ବାଚନ ଲଢୁଥିବା ୩ ଦଳକୁ ମଦ ସହ ତୁଳନା କରିବା କେତେ ଦୂର ଯୁକ୍ତିଯୁକ୍ତ? କିନ୍ତୁ ଆମେ ଏହାଠାରୁ ଅଧିକ ଆପଣଙ୍କ ଠାରୁ କିଛି ଆଶା କରୁନଥିଲୁ । ଏହା ପୂର୍ବରୁ ମଧ୍ୟ ଆପଣ ନୋଟବନ୍ଦି କରି ଦେଶର ଗରିବଙ୍କ ପରିହାସ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/surjewala-1544202422.jpeg)
/kanak/media/post_attachments/wp-content/uploads/2019/03/rahul-gandhi-pc_c640ca6c-149a-11e9-910e-2eacbc0579ab-300x169.jpg)
/kanak/media/post_attachments/wp-content/uploads/2019/03/mq2g4ho8_narendramodi_650x400_27_March_19-300x185.jpg)