କନକ ବ୍ୟୁରୋ: କଂଗ୍ରେସରେ ପୁଣି ଆରମ୍ଭ ହୋଇଛି ପିସିସି ବଦଳାଅ, କଂଗ୍ରେସ ବଂଚାଅ ଅଭିଯାନ। ଯୁବ ଓ ଛାତ୍ର କଂଗ୍ରେସର ଏକ ପ୍ରତିନିଧି ଦଳ ଗତକାଲି ଦିଲ୍ଲୀ ଗସ୍ତ କରିଥିବା ବେଳେ ଏହା ପଛରେ କଟକ ନଗର କଂଗ୍ରେସ ସଭାପତି ତଥା ବାରବାଟୀ-କଟକ ବିଧାୟକ ଇଂଜିନିୟର ମହମ୍ମଦ ମୋକିମଙ୍କ ପ୍ରଚ୍ଛନ୍ନ ଭୂମିକା ରହିଥିବା କୁହାଯାଉଛି।
ପିସିସି ସଭାପତି ପରିବର୍ତ୍ତନ ବର୍ତ୍ତମାନ ସମୟରେ ହେବ ନାହିଁ ବୋଲି ଦଳର ପ୍ରଭାରୀ ଘୋଷଣା କରିବା ପରେ ଏହି ଅଭିଯାନ ଥଣ୍ଡା ପଡ଼ି ଯାଇଛି ବୋଲି ଆକଳନ କରାଯାଉଥିବା ବେଳେ ଗତକାଲି ପୁଣି କିଛି କଂଗ୍ରେସ ନେତା ଦିଲ୍ଲୀ ଗସ୍ତ କରିବା ଘଟଣା କଂଗ୍ରେସ ରାଜନୀତିକୁ ଚଳଚଞ୍ଚଳ କରିଛି। ଏହି ପ୍ରତିନିଧି ଦଳ ଆସନ୍ତା ୧୪ ତାରିଖରେ କଂଗ୍ରେସ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ସେଠାରେ ରାଜ୍ୟରେ ଦଳର ସ୍ଥିତି ସଂପର୍କରେ ବରିଷ୍ଠ ନେତାଙ୍କୁ ଅବଗତ କରି ନିଜର ପ୍ରସ୍ତାବ ରଖିବେ ବୋଲି ସୂଚନା ଦେଇଛନ୍ତି।
ଦିଲ୍ଲୀ ଗସ୍ତ କରିଥିବା ଯୁବ ଓ ଛାତ୍ର କଂଗ୍ରେସ ନେତାଙ୍କ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ଯେ ୧୯୫୨ ପରଠାରୁ ଯେତେ ସବୁ ସାଧାରଣ ନିର୍ବାଚନ ହୋଇଛି, ରାଜ୍ୟରେ ୨୦୧୯ରେ କଂଗ୍ରେସ ସବୁଠୁ ବଡ ବିପର୍ଯ୍ୟୟ ସାମନା କରିଛି। ତେଣୁ ରାଜ୍ୟରେ ଦଳ ପରିଚାଳନା ଭାର ଯୁବ ଓ ସ୍ବଚ୍ଛଳ ନେତୃତ୍ବ ହାତରେ ରହିବାର ସମୟ ଆସିଛି ବୋଲି ସେମାନେ ମତ ଦେଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/12/congress-750x430.png)