ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆଜି ୧୨ ଘଂଟିଆ ଓଡିଶା ବନ୍ଦ ପାଳନ କରୁଛି କଂଗ୍ରେସ । ଓଡ଼ିଶା ସ୍ୱାର୍ଥ ରକ୍ଷା କରିବାରେ ରାଜ୍ୟ ସରକାର ବିଫଳ ହୋଇଥିବାରୁ ଏହାର ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଉଥିବା ଅଭିଯୋଗ କରିଛି ପ୍ରଦେଶ କଂଗ୍ରେସ । ସେହିପରି ରାଜ୍ୟର ସ୍ୱାର୍ଥ ପାଇଁ ଏହି ବନ୍ଦ ପାଳନ କରାଯାଉଛି ବୋଲି କହିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ ।
କଂଗ୍ରେସର ଏହି ବନ୍ଦ ଡାକରାକୁ ହାଇକୋର୍ଟ ବାର ଆସୋସିଏସନ, ଉକôଳ ବ୍ୟବସାୟୀ ସଂଘ ଓ ରାଜ୍ୟ ଟ୍ରକ ଏବଂ ବସ ମାଲିକ ସଂଘ ପ୍ରମୁଖ ଏହି ବନ୍ଦ ପାଳନକୁ ସମର୍ଥନ କରିଛନ୍ତି। ତେବେ କଟକ ଏବଂ ରାଉରକେଲାରେ ପୂର୍ବରୁ ବନ୍ଦ ପାଳନ କରିଥିବାରୁ ସେଠାରେ କେବଳ ପ୍ରତୀକାତ୍ମକ ଭାବେ ରେଳରୋକ ଓ ଜାତୀୟ ରାଜପଥ ଅବରୋଧ କରାଯିବ । ଛତିଶଗଡ ଏବଂ ଓଡିଶା ସରକାର ଓଡିଆ ଲୋକଙ୍କୁ ପ୍ରତାରଣା କରିଥିବାର ଅଭିଯୋଗ ଆଣି ଏହି ବନ୍ଦ ଡାକରା ଦେଇଛି କଂଗ୍ରେସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/08/vlcsnap-2016-08-16-10h31m08s022.png)