ରମଣ ସିଂଙ୍କ ଓଡିଶା ଗସ୍ତକୁ ନେଇ ତେଜିଲା ବିବାଦ : ବିଜେପି ଓ ବିଜେଡିକୁ କଡା ଭାଷାରେ ସମାଲୋଚନା କଲେ ପିସିସି ସଭାପତି

25

କନକ ବ୍ୟୁରୋ : ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ ଓ ନବୀନ ପଟ୍ଟନାୟକଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ମହାନଦୀକୁ ନେଇ ବିଜେଡି ବିଜେପି ବାଦିପାଲା କରୁଛନ୍ତି । ରମଣ ସିଂ ଭାଇ ନୁହେଁ ଭଗାରୀ ଭଳିଆ ଆଚରଣ ଦେଖାଇଥିବା କହିଛନ୍ତି ପ୍ରସାଦ ହରିଚନ୍ଦନ ।

ରାଜ୍ୟର ସ୍ୱାର୍ଥ ନୁହେଁ ଭୋଟ ବିକଳରେ ବିଜେଡି ବିଜେପି ମହାନଦୀକୁ ଡେଇଁଛନ୍ତି । ଦିନେ ସମୟ ଆସିବ ମହାନଦୀ ବନ୍ଧରେ ବୁଡିବେ ବିଜେଡି ବିଜେପି । ଭାଇଚାରା ଥିଲେ ଓଡିଶାକୁ ଆସିବା ପୂର୍ବରୁ ଛତିଶଗଡ ମହାନଦୀ ଉପରେ କରୁଥିବା ବ୍ୟାରେଜ କମ ବନ୍ଦ କରିଥାନ୍ତେ ରମଣ । ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରନ୍ତୁ ବୋଲି ଦାବି କରିଛନ୍ତି ପିସିସି ସଭାପତି ।

ମହାନଦୀ ତୁଠରେ ଆଳତୀ କଲେ ସମସ୍ୟାର ସମାଧାନ ହେବନି । ରାଜ୍ୟ ସରକାର ଭୋଟ ପାଇଁ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ରାଜ୍ୟ ସରକାର କେବଳ ନାଟକବାଜୀ କରୁଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପ୍ରସାଦ ହରିଚନ୍ଦନ ।