କନକ ବ୍ୟୁରୋ: ତୃଣମୂଳସ୍ତରରେ ସ୍ଥିତି ମଜଭୁତ କରିବାକୁ କଂଗ୍ରେସର ପ୍ରୟାସ । ଆସନ୍ତା ୬ ତାରିଖ ଦିନ ପଞ୍ଚାୟତସ୍ତରରୁ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ କଂଗ୍ରେସ କରିବ ରଣନୀତି । ପଞ୍ଚାୟତିରାଜ ବ୍ୟବସ୍ଥା ଓ ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତାକୁ ରାଜ୍ୟ ସରକାର ସଙ୍କୁଚିତ ଓ ଦୁର୍ବଳ କରିଥିବା ପ୍ରତିବାଦରେ ଆସନ୍ତା ୬ତାରିଖରେ କଂଗ୍ରେସ ପକ୍ଷରୁ ପଞ୍ଚାୟତ ପ୍ରତିନିଧି ସମ୍ମିଳନୀର ଆୟୋଜନ ହେବ। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କଂଗ୍ରେସ ଦଳର ବା କଂଗ୍ରେସ ସମର୍ଥିତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷମାନେ ସାମିଲ ହେବେ ବୋଲି ସୂଚନା ମିଳିଛି । 

Advertisment

publive-imageତେବେ ପ୍ରତିବାଦ ଏବଂ ପଞ୍ଚାୟତ ବ୍ୟବସ୍ଥାକୁ ସୁଦୃଢ଼ କରିବାର ଉଦ୍ଦେଶ୍ୟ ନେଇ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆସନ୍ତା ୬ ତାରିଖ ପୂର୍ବାହ୍ନ ସାଢ଼େ ୧୦ଟାରେ କଂଗ୍ରେସ ଭବନ ପରିସରରେ ଓଡ଼ିଶା ପଞ୍ଚାୟତ ପ୍ରତିନିଧି ସମ୍ମିଳନୀ ଆୟୋଜନ କରାଯାଉଛି । ଦେଶରେ ପଞ୍ଚାୟତ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ କ୍ଷମତାର ବିକେନ୍ଦ୍ରୀକରଣକୁ ସୁରକ୍ଷିତ ରଖିବା ଓ ରାଜ୍ୟ ସରକାରଙ୍କ କାର‌୍ୟ୍ୟକଳାପର ପ୍ରତିବାଦ କରିବା ପାଇଁ ଏହି ସମ୍ମିଳନୀ ହେବ ବୋଲି ପିସିସି ପକ୍ଷରୁ କୁହାଯାଇଛି।

publive-imageସେପେଟ ଏନେଇ ପଞ୍ଚାୟତ ପ୍ରତିନିଧି ସମ୍ମିଳନୀର ଆବାହକ କହିଛନ୍ତି ଯେ ରାଜ୍ୟ ସରକାର ‘ଆମ ଗାଁ-ଆମ ବିକାଶ’ ଯୋଜନା ମାଧ୍ୟମରେ ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତାକୁ ହଡ଼ପ କରିବା ସହ ସେମାନଙ୍କ ଭୂମିକାକୁ ଅବମାନନା କରିଛନ୍ତି । ବିଭିନ୍ନ ପ୍ରକଳ୍ପଗୁଡିକୁ ମଧ୍ୟ ପଞ୍ଚାୟତ ଜରିଆରେ କାର‌୍ୟ୍ୟକାରୀ ନକରି ବିଭିନ୍ନ ବିଭାଗ ଦ୍ୱାରା ଏବଂ ବିଜେଡିର କର୍ମୀମାନଙ୍କ ଦ୍ୱାରା କାର‌୍ୟ୍ୟକାରୀ କରାଯାଉଛି । ଯାହାର ଦୃଢ଼ ଜବାବ ରାଜ୍ୟ ସରକାରଙ୍କୁ ଦେବେ ଜନତା ।