କନକ ବ୍ୟୁରୋ : ବରିଷ୍ଠ କଂଗ୍ରେସ ନେତା ତଥା ଥିରୁବନନ୍ତପୁରମ୍ ସାଂସଦ ଶଶି ଥରୁରଙ୍କ ‘ହିନ୍ଦୁ ପାକିସ୍ତାନ’ ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଛି। ଗତବର୍ଷ ଥରୁର୍ ଦେଇଥିବା ବିବାଦୀୟ ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ ଆଇନଜୀବୀ ସୁମିତ ଚୌଧୁରୀଙ୍କ ଦ୍ବାରା ଅପରାଧିକ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଶଶି ଥରୁର୍ କୋଲକାତା କୋର୍ଟରେ ହାଜର ହେବାର ଥିଲା। କିନ୍ତୁ ଥରୁର୍ କିମ୍ବା ତାଙ୍କ ପକ୍ଷରୁ କେହି ପ୍ରତିନିଧି କୋର୍ଟରେ ଉପସ୍ଥିତ ନଥିବାରୁ କୋଲକାତା କୋର୍ଟ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। 
 source : new indian expressଗତବର୍ଷ ଜୁଲାଇରେ ଥରୁର୍ ଥିରୁବନନ୍ତପୁରମରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କହିଥିଲେ ଯେ ଯଦି ବିଜେପି ୨୦୧୯ ଲୋକସଭା ନିର୍ବାଚନ ଜିତେ ତେବେ ଏହା ‘ ହିନ୍ଦୁ ପାକିସ୍ତାନ’ ସୃଷ୍ଟି ହେବାଭଳି ପରିସ୍ଥିତି ସୃଷ୍ଟି କରିବ। ବିଜେପି ଏକ ନୂଆ ସମ୍ବିଧାନ ଲେଖିବ ଯାହାଦ୍ବାରା ପାକିସ୍ତାନ ଭଳି ଦେଶ ସୃଷ୍ଟି ହେବ, ଯେଉଁଠାରେ ସଂଖ୍ୟାଲଘୁଙ୍କ ଅଧିକାରକୁ ସମ୍ମାନ ଦିଆଯିବ ନାହିଁ ବୋଲି ଥରୁର୍ କହିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/08/shashi-tharoor1-620x400-680x430.jpg)