ଏଆଇସିସିର ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶର ଜଣେ ନାଉରିଆଙ୍କ ପ୍ରତି ନିଜର ବଡ଼ପଣ ଦେଖାଇ ଏବେ ଚର୍ଚ୍ଚାର ପରିସରକୁ ଟାଣି ହୋଇ ଆସିଛନ୍ତି । ପ୍ରିୟଙ୍କା ଜାନୁଆରି ୧୦ ତାରିଖରେ ବାରଣାସୀ ଗସ୍ତ ସମୟରେ ଅଶୋକ ସାନିଙ୍କ ଡଙ୍ଗାରେ ପାର୍ ହେଇଥିଲେ। ନାଉରିଆ ଜଣକ ପ୍ରିୟଙ୍କାଙ୍କୁ ନିକଟ ଭବିଷ୍ୟତରେ ହେବାକୁ ଥିବା ତାଙ୍କ ଝିଅ ବାହାଘରରେ ଉପସ୍ଥିତ ରହିବାକୁ ନିମନ୍ତ୍ରଣ ଦେଇଥିଲେ। ପ୍ରିୟଙ୍କା ଅଶୋକଙ୍କ ଝିଅ ବାହାଘରର ତାରିଖ ମନେ ରଖିଥିଲେ । ଆଉ ବାହାଘର ଦିନ ଅଶୋକଙ୍କ ଝିଅକୁ ବିବାହ ଶୁଭେଚ୍ଛା ପତ୍ର ସହ ଏକ ଶାଢୀ ଉପହାରାର ପଠାଇଥିଲେ ।
ବରିଷ୍ଠ କଂଗ୍ରେସ ନେତା ଅଜୟ ରାୟ ଗୁରୁବାର ଅଶୋକଙ୍କ ଘରେ ପହଞ୍ଚି କହିଥିଲେ, କି ପ୍ରିୟଙ୍କା ଗାନ୍ଧୀ ତାଙ୍କ ଝିଅ ପାଇଁ ଶୁଭେଚ୍ଛା ସହ ଏକ ଶାଢ଼ି ପଠାଇଛନ୍ତି। ପ୍ରିୟଙ୍କାଙ୍କ ଏପରି ବଡ଼ପଣରେ ଖୁସି ହୋଇ ଅଶୋକ କହିଛନ୍ତି, ‘ପୂର୍ବରୁ ଅନେକ ଭିଆଇପି ମୋ ଡଙ୍ଗାରେ ଯାଇଛନ୍ତି। ମାତ୍ର ପ୍ରିୟଙ୍କାଙ୍କ ପରି ଉଦାରପଣ ପୂର୍ବରୁ କେହି ବି ଦେଖାଇନାହାନ୍ତି।’
ନାଗରିକତା ସଂଶୋଧନ ଆଇନ୍ ଓ ଏନଆରସିକୁ ନେଇ ମୂଳରୁ ବିରୋଧ ପ୍ରଦର୍ଶନ କରି ଆସିଛନ୍ତି ପ୍ରିୟଙ୍କା ଗାନ୍ଧୀ। ପୂର୍ବରୁ ଅନେକ ସିଏଏ ବିରୋଧୀ ଆନ୍ଦୋଳନରେ ସାମିଲ୍ ହୋଇଥିବା ବେଳେ ଜାନୁଆରି ୧୦ ତାରିଖରେ ବାରଣାସୀରେ ହେଉଥିବା ଏକ ସିସିଏ ବିରୋଧୀ ଆନ୍ଦୋଳନରେ କର୍ମକର୍ତ୍ତାଙ୍କୁ ଭେଟିବାକୁ ଯାଉଥିଲେ ପ୍ରିୟଙ୍କା। ସେହିଦିନ ପ୍ରିୟଙ୍କା ନାଉରିଆ ଅଶୋକଙ୍କ ଡଙ୍ଗାରେ ବସି ଘଟଣାସ୍ଥଳରେ ପହଞ୍ଚିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/Pri-Gandhi.jpg)