କନକ ବ୍ୟୁରୋ: ପୁଣି ପ୍ରଦେଶ କଂଗ୍ରେସ ଦଳରେ ଦେଖାଦେଇଛି ବିବାଦ । ଗୋଟିଏ ପଟେ ଦଳର ଦୁଇ ବରିଷ୍ଠ ନେତା ତାରାବାହିନୀ ପତି ଏବଂ ଶ୍ରୀକାନ୍ତ ଜେନା ତ ଅନ୍ୟପଟେ ନରସିଂହ ମିଶ୍ରଙ୍କୁ କୃଷ୍ଣ ସଗରିଆଙ୍କ ଚିଠି କଂଗ୍ରେସ ଶିବିରକୁ ଦୋହଲାଇ ଦେଇଛି । ନିକଟରେ ବିଧାୟକ ପଦରୁ ଇସ୍ତଫା ଦେଇଥିବା କୃଷ୍ଣଚନ୍ଦ୍ର ସଗରିଆ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ବିରୋଧରେ ବିଷୋଦଗାର କରିଛନ୍ତି। ନରସିଂହଙ୍କୁ ଏକ ଏକ ଚିଠି ଲେଖି ନିଜ ଅସନ୍ତୋଷ ପ୍ରକାଶ କରିବା ସହ ଗଣମାଧ୍ୟମରେ ଖୋଲା ବୟାନ ଦେଇଛନ୍ତି ସଗରିଆ ।
ସଗରିଆ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ନରସିଂହଙ୍କ ସୁସମ୍ପର୍କ ରହିଛି । ସେଥି ପାଇଁ ଦଳିତ ଓ ଆଦିବାସୀଙ୍କ ପାଇଁ ସେ ସବୁବେଳେ ଚୁପ୍ ରୁହନ୍ତି। କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଘଟଣାକୁ ବିଧାନସଭାରେ ଉପସ୍ଥାପିତ କରିବା ପାଇଁ ସମୟ କାଢ଼ି ନ ଥିବା ବିରୋଧୀ ଦଳ ନେତା ପଦରେ ଥାଇ ମଧ୍ୟ ଆଦିବାସୀ ଓ ଦଳିତଙ୍କ ସାମ୍ବିଧାନିକ ସୁରକ୍ଷାକୁ ନେଇ ମୁହଁ ଖୋଲୁ ନାହାନ୍ତି । କୁନ୍ଦୁଲି ଗଣଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାକୁ ନ୍ୟାୟ ନ ମିଳିବାରୁ ସେ ବିଧାୟକ ପଦରୁ ଇସ୍ତଫା ଦେଲେ ।
ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ଏବଂ ମତେ ହଟାଇବା ପାଇଁ ଷଡଯନ୍ତ୍ର ହୋଇଥିଲା ବୋଲି କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ପ୍ରକାଶ କରିଛନ୍ତି । ଏଥିପାଇଁ ଶ୍ରୀକାନ୍ତ ଜେନାଙ୍କ ଘରେ ବୈଠକ ବସିଥିଲା । ବିଧାୟକ ଶ୍ରୀକାନ୍ତ ଜେନା ଯାହା କହୁଛନ୍ତି ସଗରିଆ ତାହା କରୁଛନ୍ତି । ଯିଏ ଦଳିତଙ୍କ ଶୋଷଣ କଥା କହୁଛନ୍ତି ସେ ନିଜେ ଶୋଷଣ କରୁଛନ୍ତି । ଯଦି ମୁଖ୍ୟମନ୍ତ୍ରୀଙ୍କ ସହିତ ସେମାନଙ୍କର ସମ୍ପର୍କ କିମ୍ବା ବୁଝାମଣା ରହିଥାନ୍ତା ତେବେ ଆମେ ଗୃହରେ ମୁଖ୍ୟମନ୍ତ୍ରୀ ମୁର୍ଦ୍ଦାବାଦ ବୋଲି ସ୍ଲୋଗାନ୍ ଦେଇ ନଥାନ୍ତୁ ବୋଲି ତାରା କହିଛନ୍ତି ।
ସେପଟେ ସଗରିଆଙ୍କ ଅଭିଯୋଗ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, କୃଷ୍ଣ କ’ଣ କହିଛନ୍ତି ମୁଁ ଜାଣିନି। ମୁଁ ତାଙ୍କ ସହ ଆଲୋଚନା କରିବି। ଯଦି କିଛି ଘଟଣା ଅଛି ତେବେ ଗଣମାଧ୍ୟମକୁ ଆସିବା ଠିକ୍ ନୁହେଁ ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି । ଦଳର ଶୃଙ୍ଖଳା ଉପରେ ସମସ୍ତ ସଦସ୍ୟ ଧ୍ୟାନ ଦେବା ଗୁରୁତ୍ୱପୂର୍ଣ୍ଣ । ଏନେଇ ଶୃଙ୍ଖଳା କମିଟି ବିଚାର ବିମର୍ଷ କରି କାର୍ଯ୍ୟାନୁଷ୍ଠାନ ନେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/SUNIL-2.jpg)