କମ୍ପ୍ୟୁଟର କି-ବୋର୍ଡରେ ଏ,ବି,ସି,ଡି କାହିଁକି କ୍ରମିକ ହୋଇ ରହିନଥାଏ ? ୯୯ ପ୍ରତିଶତ ଲୋକ ଦେଲେ ଭୁଲ୍ ଉତ୍ତର , ଆପଣ ଦେଇପାରିବେ କି ? 

740

ଆଜିର ଏହି ଡିଜିଟାଲ୍ ଜମାନାରେ ଯାହାକୁ ଦେଖ ହାତରେ ସ୍ମାର୍ଟଫୋନ୍ ଏବଂ ଘରେ କମ୍ପ୍ୟୁଟର ଥିବା ଏକ ମାମୁଲି କଥା । ଲୋକ ଦିନରେ କେତେ ଥର ଏମିତି କୁହନ୍ତୁ କେତେ ଘଣ୍ଟା କମ୍ପ୍ୟୁଟରର କି-ବୋର୍ଡରେ ଆଙ୍ଗୁଠି ଚଳାଇଥାନ୍ତି । ଆପଣ ବି ଏଭଳି ଅନେକ ସମୟ ଧରି କି-ବୋର୍ଡରେ ଆଙ୍ଗୁଠି ଚଳାଉଥିବେ । ତେବେ ଆପଣଙ୍କୁ ଆମେ ଏବେ ଏକ ପ୍ରଶ୍ନ ପଚାରୁଛୁ ଆପଣ ଜାଣିଛନ୍ତି କି କମ୍ପ୍ୟୁଟର କି-ବୋର୍ଡରେ ଏ,ବି,ସି,ଡି କାହିଁକି କ୍ରମିକ ହୋଇ ରହିନଥାଏ? କ’ଣ ଆପଣ କେବେ ଚିନ୍ତା କରିଛନ୍ତି କି କି-ବୋର୍ଡରେ କାହିଁକି ଛଟଋଜଞଣ ଅର୍ଡରରେ ନଥାଏ? ଯଦି ଆପଣ ଜାଣିନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ ।

ଆପଣଙ୍କୁ କହିରଖୁଛୁ କି କି-ବୋର୍ଡକୁ ଟାଇପରାଇଟରର ନକଲ ବାହାର କରି ପ୍ରସ୍ତୁତ କରାଯାଇଛି । ୧୮୬୮ ମସିହାରେ ପ୍ରଥମ ଟାଇପରାଇଟର ବାହାରିଥିଲା । ଯେଉଁଥିରେ ଏ,ବି,ସି,ଡି କ୍ରମିକ ହୋଇ ରହିଥିଲା କିନ୍ତୁ ଏଥିରେ ଟାଇପ୍ କରିବା ପାଇଁ ବହୁତ ଅସୁବିଧା ଉପୁଜିଥିଲା । ଏହି ସମସ୍ୟାକୁ ଦୂରେଇବା ପାଇଁ ୧୮୭୩ ମସିହାରେ ବଟନ୍ ରେ ପରିବର୍ତ୍ତନ ଅଣାଯାଇ ଛଟଋଜଞଣ ଅର୍ଡରରେ ପ୍ରସ୍ତୁତ କରାଗଲା । ଏହାର ପ୍ରୟୋଗ ସଫଳ ରହିଲା ଏବଂ ପରବର୍ତ୍ତୀ ସମୟରେ ଏହି କି-ବୋର୍ଡର ନାଁ ଛଟଋଜଞଣ ରଖାଗଲା ।