କମ୍ପ୍ୟୁଟର ବାବାଙ୍କ ଭବିଷ୍ୟବାଣୀ : ନା ନିର୍ବାଚନ ଜିତିବ ବିଜେପି, ନା ନିର୍ମାଣ କରିବ ରାମ ମନ୍ଦିର

ମନ୍ଦିର ନାଁରେ ବିଜେପି କ୍ଷମତାକୁ ଆସିଛି : କମ୍ପ୍ୟୁଟର ବାବା

735

ଦିନେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ବହୁତ ଖାସ୍ ଥିଲେ, କିନ୍ତୁ ଏବେ ଚୌହାନ ସରକାରଙ୍କ ଉପରେ ଅସନ୍ତୁଷ୍ଟ ଥିବା ଜଣାପଡୁଛନ୍ତି । ନିକଟରେ ବାବା କହିଛନ୍ତି କି, ପ୍ରଦେଶ ସରକାର ମଠ, ମନ୍ଦିର, ନର୍ମଦା ବିରୋଧୀ ଏବଂ ଏଥର ବିଜେପି ଜିତିବନି । ଏହା ସହିତ ରାମ ମନ୍ଦିର ବିଷୟରେ କହିଲେ କି, ବିଜେପି ସରକାର ରାମ ମନ୍ଦିର ବି ନିର୍ମାଣ କରାଇବ । ମନ୍ଦିର ନାମରେ ବିଜେପି ଶାସନକୁ ଆସିଛି କିନ୍ତୁ ମନ୍ଦିର ନୁହେଁ କୋଟିଏ ଟଙ୍କା ଖର୍ଚ୍ଚ କରି ନିଜର କାର୍ଯ୍ୟାଳୟ ନିର୍ମାଣ କଲେ ।

ଏଂଚୋଡା କମ୍ବୋହା ଗାଁରେ କଳକୀ ମହୋତ୍ସବରେ କମ୍ପ୍ୟୁଟର ବାବା କହିଲେ କି, ସେ ନର୍ମଦା ଦୁର୍ନୀତି ଯାତ୍ରା ବାହାର କଲାବେଳେ ଶିବରାଜ ତାଙ୍କୁ ଓ ଅନ୍ୟ ସନ୍ଥଙ୍କୁ ନର୍ମଦାର କାମ ଦେବା କଥା କହି ମନ୍ତ୍ରୀ ବନାଇବାର କଥା କହିଥିଲେ । ପ୍ରଦେଶରେ ନିର୍ବାଚନୀ ବାତାବରଣ ଅଛି । ଶିବରାଜ ସରକାର ଶାସନରୁ ବାହାରିବ । କାହିଁକିନା ଏହା ଧର୍ମ ବିରୋଧର ସରକାର ଅଟେ । ଯେତେବେଳେ ନିର୍ବାଚନ ଆସେ, ଏହା ଧର୍ମର ମୁଖା ପିନ୍ଧି ନର୍ମଦା, ଗାଈ ଓ ମନ୍ଦିର କଥା କହେ ।

ସୂଚନାଯୋଗ୍ୟ, କିଛି ସମୟ ପୂର୍ବରୁ ନର୍ମଦା ଦୂର୍ନୀତି ରଥ ଯାତ୍ରା ବାହାର କରିଥିବା ୫ ସାଧୁଙ୍କୁ ଶିବରାଜ ସରକାର ରାଜ୍ୟମନ୍ତ୍ରୀର ସ୍ଥାନ ଦେଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ କମ୍ପ୍ୟୁଟର ବାବା । ତାଙ୍କର ଅସଲି ନାମ ନାମଦେବଦାସ ତ୍ୟାଗୀ । ପ୍ରଖର ବୁଦ୍ଧି, ସ୍ମାର୍ଟ ୱାର୍କିଙ୍ଗ ଓ କାର୍ଯ୍ୟଶୈଳୀ କାରଣରୁ ତାଙ୍କୁ ଏହି ନାମ ଦିଆଯାଇଛି ।