ଚୀନ୍ ର ଗୋଟିଏ କମ୍ପାନୀରେ କର୍ମଚାରୀଙ୍କ ସଫଳପୂର୍ଣ୍ଣ କାର୍ଯ୍ୟଦକ୍ଷତା ନ ହେବାରୁ ମାଲିକ ତାଙ୍କୁ ଏଭଳି ଦଣ୍ଡ ଦେଲା ଯେ କର୍ମଚାରୀଙ୍କ ଆଖିରୁ ଲୁହ ବାହାରିଆସିଲା । ଲକ୍ଷ୍ୟ ପୂରଣ ନ କରିପାରିବାରୁ କମ୍ପାନୀ ୧୨ ରୁ ଅଧିକ କର୍ମଚାରୀମାନଙ୍କୁ ଜିଅନ୍ତା ମାଛ ଏବଂ କୁକୁଡାର ରକ୍ତ ପିଇବାର ଦଣ୍ଡ ଦେଲା । ଏହାର ଏକ ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି ଏବଂ ଏହି ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କର୍ମଚାରୀଙ୍କୁ ପ୍ରତାଡିତ କରୁଥିବା ଏହି ଭିଡିଓରେ ହେଖାଯାଉଛି ଯେ ଜଣେ ବ୍ୟକ୍ତି ବାଲଟିରେ ଜିଅନ୍ତା ମାଛମାନଙ୍କୁ କାଢି କର୍ମଚାରୀଙ୍କୁ ଖାଇବାକୁ ଦେଉଛି । କମ୍ପାନୀର ଜଣେ କର୍ମଚାରୀ ଚୀନର ଏକ ଖବରକାଗଜକୁ ସାକ୍ଷାତକାର ଦେଇ କହିଛନ୍ତି ଯେ ଏହି ଘଟଣା ହେଉଛି ଅଗଷ୍ଟ ୪ ତାରିଖର । କମ୍ପାନୀ ୨୦ ଜଣ କର୍ମଚାରୀଙ୍କୁ ଲକ୍ଷ୍ୟ ପୂରଣ ନକରିବା ଯୋଗୁଁ ଜିଅନ୍ତା ମାଛ ଏବଂ କୁକୁଡାର ରକ୍ତ ପିିଇବା ପାଇଁ ବାଧ୍ୟ କରିଥିଲା ।
ସୋସିଆଲ୍ ମିଡିଆରେ ଭିଡିଓ ସାମ୍ନାକୁ ଆସିିବା ପରେ କମ୍ପାନୀର ଅଧିକାରୀ କହିଥିଲେ ଯେ ଏହି ଦଣ୍ଡ ପାଇବା ପରେ ଭବିଷ୍ୟତରେ କର୍ମଚାରୀ ଆଉ ଏଭଳି ଭୁଲ୍ କରିବେ ନାହିଁ । ଏଭଳି ଦଣ୍ଡ ତାଙ୍କୁ ଭଲ କାମ କରିବା ପାଇଁ ପ୍ରେରଣା ଯୋଗାଇବ । କମ୍ପାନୀ ମାଲିକ କହିଥିଲେ ଯେ କର୍ମଚାରୀମାନଙ୍କୁ ଏଥିରେ କୌଣସି ବାଧ୍ୟ କରାଯାଇନଥିଲା । କାମ ଛାଡିବା ନଚେତ୍ ମାଛ / କୁକୁଡା ରକ୍ତ ପିଇବା ଭିତରୁ ତାଙ୍କୁ ଗୋଟିଏ ବିକଳ୍ପ ବାଛିବାକୁ ଥିଲା । ତେବେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ଏନେଇ ଜାଞ୍ଚ୍ କରିବା ଆରମ୍ଭ ହୋଇଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/08/web_bow-down-1067769810-780x540.jpg)
/kanak/media/post_attachments/wp-content/uploads/2019/08/the-factorization-300x238.jpg)