ଜନ୍ମ ହେଉ ହେଉ ଧାଡ଼ିରେ ଠିଆ ! ଜଣ୍ଡିସ ପରୀକ୍ଷା ପାଇଁ ଜଗତସିଂହପୁର ମେଡ଼ିକାଲରେ ଲାଇନ୍ ଲଗାଇଲେ ଦୁଇ ତିନି ଦିନର ନବଜାତକ

62

କନକ ବ୍ୟୁରୋ : ଜନ୍ମ ହେଉ ହେଉ ଲାଇନରେ ଠିଆ ହେବାକୁ ପଡୁଛି । କାରଣ ଆଉ କିଛି ବାଟ ନାହିଁ । ଡାକ୍ତର ଦେଖିବେ ନବଜାତକକୁ ଜଣ୍ଡିସ୍ ହୋଇଛି କି ନାହିଁ । ଏ ଘଟଣା ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟର । ଶତାଧିକ ମହିଳା ହାତରେ ହାତରେ ନବଜାତକଙ୍କୁ ଧରି ଡାକ୍ତରଙ୍କୁ ଅପେକ୍ଷା କରୁଛନ୍ତି । ମାତ୍ର ୨/୩ ଦିନ ତଳେ ଜନ୍ମ ହୋଇଥିବା ଏହି ଶିଶୁମାନଙ୍କୁ କ୍ୟାବିନ୍ ଭିତରେ ଦେଖିବା ପାଇଁ ଆବଶ୍ୟକ ଆଲୋକ ବ୍ୟବସ୍ଥା ନାହିଁ । ତେଣୁ ହସ୍ପିଟାଲ୍ ବାରଣ୍ଡାରେ ଝରକା ପାଖରେ ଦେଖୁଛନ୍ତି ।

ଛୁଆଟିଏ ଜନ୍ମ ହେବାର ୨ରୁ୪ଦିନ ଭିତରେ ଜଣ୍ଡିସ୍ ଦେଖାଦେବାର ଆଶଙ୍କା ରହିଥାଏ । ସାଧାରଣତଃ ନବଜାତକର ଦେହ କିମ୍ବା ଆଖିର ଧଳା ଅଂଶ ହଳଦିଆ ଦେଖାଗଲେ ଜଣ୍ଡିସ୍ ର ସୂଚନା ମିଳେ । ତେଣୁ ଠିକ୍ ସମୟରେ ଏହାର ପରୀକ୍ଷା ନିହାତି ଆବଶ୍ୟକ । କିନ୍ତୁ ଏହି ପରୀକ୍ଷା କରାଇବା ପାଇଁ ଗ୍ରାମାଂଚଳ ଓଡିଶାରେ, ଆପଣଙ୍କୁ ଅନେକ ସମୟର ଲମ୍ବା ଅପେକ୍ଷା ସହିତ ଅବ୍ୟବସ୍ଥିତ ପରିବେଶରେ ଏହି ପରୀକ୍ଷା କରାଇବାକୁ ପଡିବ ।

ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟର ଏ ଦୃଶ୍ୟ ଆମ ରାଜ୍ୟର ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମିର ଅସଲ ଚିତ୍ର ବୟାନ କରୁଛି । ଯେଉଁଠି ଜନ୍ମ ହେଉ ହେଉ ଲାଇନ୍ ଲଗାଇବାକୁ ପଡେ ।