କନକ ବ୍ୟୁରୋ : ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ତେବେ ଦୀପାବଳିରେ ବାଣଫୁଟାକୁ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ଗାଇଡ୍ ଲାଇନ ଜାରି କରାଯାଇଛି। ଯାହାକୁ ପାଳନ ନକଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି । ନଜର ପକାନ୍ତୁ ଦୀପାବଳି ପାଇଁ କଣ ରହିଛି କମିଶନରେଟ ପୋଲିସର ଗାଇଡଲାଇନ୍ ।
- ସନ୍ଧ୍ୟା ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ନିର୍ଦ୍ଦେଶ
- କେବଳ ଲାଇସେନ୍ସପ୍ରାପ୍ତ ବିକ୍ରେତାଙ୍କ ନିକଟରୁ ଆତସବାଜି କିଣନ୍ତୁ
- ପିଲାଙ୍କୁ ବାଣ ଫୁଟାଉଥିବା ବେଳେ ଅଭିଭାବକ ପାଖରେ ରୁହନ୍ତୁ
- ୧୨୫ ଡେସିବଲରୁ ଅଧିକ ଶବ୍ଦ କରୁଥିବା ବାଣ ଫୁଟାନ୍ତୁ ନାହିଁ
- ଖୋଲା ପଡିଆରେ ବାଣ ଫୁଟାଇବାକୁ ପରାମର୍ଶ
- ଚାଇନା ବାଣ ମାଳରେ ଫୁଟାଇବା ସମ୍ପୂର୍ଣ୍ଣ ନିଷେଧ
- ବାଣ ଫୁଟାଇବା ବେଳେ ଫାଷ୍ଟ ଏଡ ବକ୍ସ ପାଖରେ ରଖନ୍ତୁ
- ଅଫୁଟା ବାଣକୁ ପାଣିରେ ପକାଇଦିଅନ୍ତୁ
- ବାଣକୁ ହାତରେ ନ ଧରି ନିର୍ଦ୍ଦିଷ୍ଟ ଦୂରତାରେ ଫୁଟାନ୍ତୁ
- ହସ୍ପିଟାଲ, ଶିକ୍ଷାନୁଷ୍ଠାନ, କୋର୍ଟ, ଧାର୍ମିକ ସ୍ଥାନ ଏପରିକି ନିଷେଧ ସ୍ଥାନରେ ବାଣ ଫୁଟାନ୍ତୁ ନାହିଁ
- ନିରୀହ ପଶୁଙ୍କ ଉପରେ ଆତସବାଜି ପ୍ରୟୋଗ କରନ୍ତୁ ନାହିଁ
- ଜରୁରୀ ପରିସ୍ଥିତିରେ ପୋଲିସ କଣ୍ଟ୍ରୋଲ ରୁମ ୧୦୦ କିମ୍ବା ଦମକଳ କେନ୍ଦ୍ର ୧୦୧କୁ ସହାୟତା ପାଇଁ କଲ କରିପାରିବେ