ରାତି ପାହିଲେ ସ୍ୱାଧୀନତା ଦିବସ ! ରଙ୍ଗବେରଙ୍ଗର ଆଲୁଅରେ ସଜେଇ ହୋଇଛି ରାଜଧାନୀ

28

କନକ ବ୍ୟୁରୋ : ସାରା ଦେଶରେ ଏବେ ସ୍ୱାଧୀନତା ଦିବସର ମାହୋଲ ଦେଖିବାକୁ ମିଳିଲାଣି । ଏଥିପାଇଁ ଦେଶର ବିଭିନ୍ନ ସ୍ଥାନ ରଙ୍ଗବେରଙ୍ଗ ଆଲୁଅରେ ସଜେଇ ହୋଇଯାଇଛି । ରାଜଧାନୀ ଦିଲ୍ଲୀରେ ରାଷ୍ଟ୍ରପତି ଭବନ, ସଂସଦ ଭବନ ଭିନ୍ନ ଭିନ୍ନ ରଙ୍ଗର ଆଲୁଅରେ ସଜେଇ ହୋଇଛି । ଏହି ଆଲୋକ ମାଳା ଦେଖିବା ପାଇଁ ପଥଚାରୀ ମଧ୍ୟ ଘଡିଏ ଅଟକିଯାଉଛନ୍ତି । ସେହିପରି ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସଜେଇ ହୋଇଛି ସାରା ସହର । ବିଭିନ୍ନ ରଙ୍ଗବେରଙ୍ଗ ଆଲୋକ ମାଲାରେ ଝଲସୁଛି ବିଧାନସୌଧ, ରାଜ୍ୟ ସଚିବାଳୟ , କମିଶନରେଟ ବିଲ୍ଡିଂ ସମେତ ବଡ ବଡ କୋଠା ।