ଥଣ୍ଡାପାନୀୟ ଭାବି ପିଉନାହାନ୍ତି ତ ଜହର ? ସାବଧାନ,ଜୀବନ ନେଇଯାଇପାରେ ଏହି ଡ୍ରିଙ୍କ ।

65

ବର୍ତ୍ତମାନ ସମୟରେ ଯୁବାବର୍ଗ ଏବଂ ପିଲାମାନଙ୍କୁ ଗ୍ୟାସପୂର୍ଣ୍ଣ ଥଣ୍ଡାପାନୀୟ ପିଇବାର ସଉକ ଘାରିଛି । ଯାହା ସ୍ୱାସ୍ଥ୍ୟ ପାଇଁ ଜହର ସାବ୍ୟସ୍ତ ହେଉଛି । ତେବେ ବିଳାସପୁର ବିଶ୍ୱବିଦ୍ୟାଳୟର ଫୁଡ୍ ପ୍ରୋସେସିଙ୍ଗ୍ ବିଭାଗୀୟ ବିଶେଷଜ୍ଞ ଏହା ଉପରେ ଅଧିକ ଗବେଷଣା କରୁଛନ୍ତି । ପ୍ରାଥମିକ ରିପୋର୍ଟ ଅନୁସାରେ, ଥଣ୍ଡାପାନୀୟ ପିଇବା ଦ୍ୱାରା ଡାଇବେଟିସ୍, ବ୍ଲଡ୍ ପ୍ରେସର, ହୃଦରୋଗ ଏବଂ ହୃଦଘାତ ଭଳି ବିପଦ ଅଧିକ ରହିଥାଏ । ତେବେ ସହରରେ ଥଣ୍ଡାପାନୀୟର ବ୍ୟବସାୟ ଦିନକୁ ଦିନ ବଢିଚାଲିଛି । ଛୋଟ ପିଲା ଏବଂ ଯୁବକଙ୍କମାନଙ୍କୁ ଏହି ଡ୍ରିଙ୍କସ୍ ପିଇବାର ନିଶା ଅଧିକ ଘାରିଛି । ଲୋକ ଦୋକାନରୁ କୋଲ୍ଡ ଡ୍ରିଙ୍କ୍ କିଣି ଉପହାରରେ ଭୟଙ୍କର ରୋଗ ନେଇଯାଆନ୍ତି ।

 

ତେବେ ଗ୍ରୀଷ୍ମଦିନରେ ଏହି ଥଣ୍ଡାପାନୀୟ ବିକ୍ରି ଅଧିକ ହୋଇଥାଏ । କିନ୍ତୁ ଏଥିରୁ ଆସୁଥିବା ବିପଦକୁ ଲୋକମାନେ ଅଣଦେଖା କରୁଛନ୍ତି । ଏକ ଅଧ୍ୟୟନରୁ ଜଣାପଡିଛି ଯେ ଗ୍ୟାସ୍ ଯୁକ୍ତ ଡ୍ରିଙ୍କସ୍ ଯେଭଳି କ୍ୟାନ୍ ଡ୍ରିଙ୍କ୍ ପିଇବା ଦ୍ୱାରା ଟାଇପ୍-୨ ଡାଇବେଟିଜ୍ ରୋଗର ସମସ୍ୟା ଅଧିକ ବଢିଯାଇଥାଏ । କେବଳ ଏତିକି ନୁହେଁ ଏଥିରେ ବ୍ଲଡ୍ ପ୍ରେସର ମଧ୍ୟ ବଢିବାର ସମ୍ଭାବନା ରହିଛି ।

ଏହା ଏନର୍ଜି ଡ୍ରିଙ୍କସ୍ ହୋଇଥାଏ ଯାହା ଓଜନ ବଢାଇବାର ମଧ୍ୟ କାମ କରିଥାଏ । ୨୦୧୬ ମସିହାରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ଡ୍ରଗସ୍ ଟେକନିକ୍ ବୋର୍ଡ ତରଫରୁ ବିଭିନ୍ନ ଥଣ୍ଡାପାନୀୟର ଏକ ନମୂନା ସଂଗ୍ରହ କରାଗଲା । ଯେଉଁଥିରେ ଲେଡ୍ ,କ୍ରୋମିୟମ୍,କେଡମିୟମ୍ ଏବଂ ହାଇ ପେଥଲେଟ୍ ଥିବାର ଜଣାପଡିଛି । ଡ୍ରଗସ୍ ଟେକନିକାଲ୍ ଆଡଭାଇଜରି ବୋର୍ଡ ତରଫରୁ ୫ ଟି କୋଲ୍ଡ ଡ୍ରିଙ୍କସର ଜାଞ୍ଚ୍ ପାଇଁ କୋଲକାତା ପଠାଯାଇଥିଲା । ଏହି ଜାଞ୍ଚ୍ ପରେ ଏଥିରେ ବିଷାକ୍ତ ପଦାର୍ଥ ମିଶିଥିବା ଖବର ସାମ୍ମାକୁ ଆସିଥିଲା । ଏହାପରେ ମଧ୍ୟ ଏଭଳି ବିଷାକ୍ତ ପାନୀୟ ଉପରେ ରୋକ୍ ଲଗାଯାଇପାରୁନାହିଁ । ତେବେ ବର୍ତ୍ତମାନ ଯୁବପିଢୀଙ୍କ ମଧ୍ୟରେ ମଧ୍ୟ କ୍ଷୀର,ଦହି ବଦଳରେ ଥଣ୍ଡାପାନୀୟର ଅଧିକ ବ୍ୟବହାର ହୋଇଥାଏ । ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ମିନେରାଲ୍ ଏବଂ ଭିଟାମିନର ଆବଶ୍ୟକତା ରହିଥାଏ,ଏମିତିରେ ଏଭଳି ଗ୍ୟାସପୂର୍ଣ୍ଣ ଡ୍ରିଙ୍କସ୍ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ ।