ବରଗଡର ଜବାବ୍ ଢେଙ୍କାନାଳରେ ମିଳିବା ଆଶଙ୍କା : ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ କଡା ପୁଲିସ ପହରା

34

ଢେଙ୍କାନାଳ : ବରଗଡର ଜବାବ୍ ଢେଙ୍କାନାଳରେ ମିଳିବା ଆଶଙ୍କା । ମୁଖ୍ୟମନ୍ତ୍ରୀଙ୍କ ଢେଙ୍କାନାଳ ଗସ୍ତ ପୂର୍ବରୁ ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ପୁଲିସ । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ଢେଙ୍କାନାଳ ଯାଉଛନ୍ତି । ଦିନ ସାଢେ ୧୦ଟା ବେଳେ ଅକରାନ୍ତିପୁରରେ ରେଙ୍ଗାଳି ଦକ୍ଷିଣ ପାର୍ଶର କେନାଲର ଶୁଭ ଉଦଘାଟନ୍ କରିବେ ନବୀନ । ୧୧ଟା ବେଳେ ଗଁଦିଆ ପଂଚାୟତ ପଡିଆରେ ଏକ ସାଧାରଣ ସଭାରେ ଉଦବୋଧନ ଦେବେ । ବରଗଡରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଉପରକୁ ବିଜେଡି କର୍ମୀଙ୍କ ଢେଲାମାଡ ଓ କଳାପତାକା ପ୍ରଦର୍ଶନକୁ ନେଇ ବିଜେପି ବିଜେଡି ବିବାଦ ତୀବ୍ର ଥିବା ବେଳେ ଏହାର ଜବାବ୍ ବିଜେପି ଦେବାର ଆଶଙ୍କା ରହିଛି । ମୁଖ୍ୟମନ୍ତ୍ରୀଙ୍କ ଢେଙ୍କାନାଳ ଗସ୍ତ ବେଳେ ବିଜେପି କର୍ମୀ ତାଙ୍କୁ ବିରୋଧ କରିବାର ଆଶଙ୍କା ଥିବାରୁ ଆଗୁଆ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛି ଜିଲ୍ଲା ପୁଲିସ । ୧୩ ଜଣ ବିଜେପି କର୍ମୀଙ୍କୁ ଅଟକ ରଖିଛି ପୁଲିସ । ହେଲେ ଢେଙ୍କାନାଳ ବିଧାୟକ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ କିଛି ବି ଅସୁବିଧା ହେବ ନାହିଁ ।