ସରିଲା ଗଣଶିକ୍ଷା ବିଭାଗର ସମୀକ୍ଷା

16

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମୁଖ୍ୟମନ୍ତ୍ରୀଙ୍କ ବିଭାଗୱାରୀ ରିପୋର୍ଟ କାର୍ଡ ତର୍ଜମା ପର୍ଯ୍ୟାୟ ଚାଲିଛି । ଆଜି ଏହି ପ୍ରକ୍ରିୟାରେ ୪ଟି ବିଭାଗର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମୀକ୍ଷା କରିଛନ୍ତି ନବୀନ । ୩୫୦ ହାଇସ୍କୁଲକୁ ୧୦ ଲକ୍ଷ ଲେଖାଁଏ ୩୦୦ ଏମଇ ସ୍କୁଲକୁ ୫ ଲକ୍ଷ ଲେଖାଁଏ ଅନୁଦାନ ମିଳିବ । ୧୩୦୦ ବିଇଡି ପଦବୀ ବୃଦ୍ଧି କରାଯିବା ନେଇ ସୂଚନା ଦେଇଛନ୍ତି । ଏହାସହ ମନ୍ତ୍ରୀ ଡାକ୍ତର ଦମୋଦର ରାଉତଙ୍କ ଅଧିନରେ ଥିବା ସମବାୟ ଏବଂ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଅଧିନରେ ଥିବା ରାଜସ୍ୱ ଓ ବିପର୍ଯ୍ୟୟ ପ୍ରସମନ ବିଭାଗ, ଓ ଶିଳ୍ପ ବିଭାଗର ସମୀକ୍ଷା କରିବେ ନବୀନ ।

ରାଜ୍ୟର ୩୧୪ଟି ବ୍ଲକରେ ମୁକ୍ତ ସ୍କୁଲ ଖୋଲିବ ଓ ଏଥିରେ ଆଗ୍ରହୀ ଲୋକଙ୍କୁ ପାଠ ପଢ଼ିବା ପାଇଁ ସୁଯୋଗ ଦିଆଯିବ ବୋଲି ସ୍ଥିର କରାଯାଇଛି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଖୋଲିଥିବା ୧୦୦ଟି ଆଦର୍ଶ ବିଦ୍ୟାଳୟକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ।

ଏହା ସହ ଚାଲିଛି ମୁଖ୍ୟମନ୍ତ୍ରୀଙ୍କ ୪ଟି ବିଭାଗର ରିପୋର୍ଟ କାର୍ଡ ତର୍ଜମା