ଭୋଟ୍ ଗଣତିର ଗଭୀର ଚିନ୍ତା ଭିତରେ ଛତିଶଗଡ ମୁଖ୍ୟମନ୍ତ୍ରୀ ପୂର୍ବ ରାଷ୍ଟ୍ରପତିଙ୍କୁ ଜଣାଇଲେ ଶୁଭେଚ୍ଛା ! ଟ୍ୱିଟରରେ ଜଣାଇଲେ ଅଭିନନ୍ଦନ ।

329

୫ ଟି ରାଜ୍ୟର ବିଧାନସଭା ନିର୍ବାଚନରେ ଛତିଶଗଡରେ ପ୍ରାରମ୍ଭରୁ କଂଗ୍ରେସକୁ ବହୁମତ ମିଳିସାରିଛି । ରାଜ୍ୟର ୯୦ ରୁ ୪୮ ଟି ସିଟ୍ ରେ କଂଗ୍ରେସ ଆଗରେ ରହିଛି । ଅନ୍ୟପକ୍ଷରେ ବିଜେପି ପାଖରେ ଏବେ ୩୦ ଟି ସିଟ୍ ରହିଛି । ତେବେ ନିର୍ବାଚନ ଯଦି ଏହିଭଳି ରୁହେ ତେବେ କଂଗ୍ରେସର ନିର୍ବାଚନରୁ ବନବାସ ନେବା ବନ୍ଦ ହୋଇପାରେ । ରାଜ୍ୟର ୯୦ ଟି ସିଟରୁ ୪୮ ଟି ସିଟରେ କଂଗ୍ରେସ ଆଗରେ ରହିଛି । ଯେଉଁଠି ବିଜେପି ପାଖରେ ୩୦ ଟି ସିଟ୍ ରହିଛି । ଏହି ସବୁ ଭିତରେ କଂଗ୍ରେସ ଏବଂ ବିଜେପି ନେତାଙ୍କ ମଧ୍ୟରେ ହଇଚଇ ଆରମ୍ଭ ହୋଇଗଲାଣି । ଅନ୍ୟପକ୍ଷେ ଭୋଟ୍ ଗଣତିରେ ବଢୁଥିବା ହଲଚଲ ମଧ୍ୟରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଡ.ରମଣ୍ ସିଂହ ନିଜ ଟ୍ୱିଟର ଆକାଉଣ୍ଟରେ ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ଆପଣଙ୍କୁ କହିରଖୁଛୁ କି ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଆଜି ୮୩ ତମ ଜନ୍ମଦିନ । ୧୯୩୫ ମସିହାରେ ଜନ୍ମିତ ପ୍ରଣବ ମୁଖାର୍ଜୀଙ୍କୁ ସ୍ନେହରେ ଲୋକ ପୋଲ୍ଟୁ ଦା ବୋଲି ଡାକନ୍ତି । ପଶ୍ଚିମବଙ୍ଗର ବୀରଭୁମ୍ ଜିଲ୍ଲାରେ ତାଙ୍କର ଜନ୍ମ ହୋଇଥିଲା । ତାଙ୍କ ଜନ୍ମଦିନ ଅବସରରେ ଟ୍ୱିଟରରେ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।