ଆଜି ଭଦ୍ରକ ଯିବେ ମୁଖ୍ୟମନ୍ତ୍ରୀ ! ସଦଭାବନା ଫେରାଇ ଆଣିବାକୁ ପ୍ରଶାସନର ପ୍ରୟାସ

27

କନକ ବ୍ୟୁରୋ : ଭଦ୍ରକ ଧିରେ ଧିରେ ଶାନ୍ତ ପଡିଆସୁଛି । ଆଜି ସକାଳ ୭ଟାରୁ କର୍ଫ୍ୟୁ କୋହଳ କରାଯାଇଛି । ଗତକାଲି ଅପରାହ୍ନ ୪ଟାରୁ ଆଜି ସକାଳ ୭ଟା ଯାଏଁ ଲାଗିଥିବା କର୍ଫ୍ୟୁ ଲାଗିଥିଲା । ଆଜି ସକାଳରୁ କର୍ଫ୍ୟୁ କୋହଳ ଯୋଗୁଁ ସହରରେ ଜନଜୀବନ ସ୍ୱାଭାବିକ ହେଉଛି । କିନ୍ତୁ ଲୋକଙ୍କ ମନରୁ ଭୟ ଦୁର ହୋଇ ନାହିଁ । ଏପରି ସ୍ଥିତିରେ ଆଜି ଭଦ୍ରକ ଗସ୍ତରେ ଯିବେ ଗତକାଲି ଦିଲ୍ଲୀରୁ ଫେରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ସକାଳ ୧୦ଟା୩୦ରେ ଭଦ୍ରକରେ ପହଂଚି ସ୍ଥିତି ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ସୋସିଆଲ ମିଡିଆରେ ଲାଗିଥିବା ବ୍ୟାନ ୪୮ ଘଂଟା ପରେ ହଟିଛି ।

ଅନ୍ୟପଟେ ସୋସିଆଲ ମିଡିଆରେ ଉତେଜନା ସୃଷ୍ଟିକରିଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବାକୁ ସାଇବର ସେଲ ଉଦ୍ୟମ କରୁଛିା ଫେସବୁକରେ ବିବାଦୀୟ ପୋଷ୍ଟକୁ ଲାଇକ କରିଥିବା ୧୮୦ ଜଣଙ୍କୁ ଚିହ୍ନଟ କରାଯାଇଛି । ଦଙ୍ଗା ସମୟରେ ଗଣ୍ଡଗୋଳ, ପୋଡାଜଳା ଘଟଣାରେ ସଂପୃକ୍ତ ୮୧ଜଣଙ୍କୁ ଗିରଫ କରିଛି ପୋଲିସ । ସନ୍ଦିଗ୍ଧଙ୍କୁ ତୁରନ୍ତ ଗିରଫ କରିବାକୁ ଆରଡିସି ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ସାଂପ୍ରଦାୟିକ ଉତେଜନାର ଚେର ଭଦ୍ରକରେ ଏତେ ଗଭୀରକୁ ମାଡିିଯାଇଥିଲା ଯେ ଚିହ୍ନା ପରିଚିତଙ୍କୁ ମଧ୍ୟ ଲୋକେ ଅବିଶ୍ୱାସ କରୁଛନ୍ତି । ତେଣୁ ପୁଣି ଭଦ୍ରକକୁ ସଦଭାବନା ଓ ଭାଇଚାରା ଫେରାଇ ଆଣିବା ପାଇଁ ଆଜି ଶାନ୍ତି କମିଟି ବସିବ । ସହରର ସ୍କୁଲ, କଲେଜ ଖୋଲିଛି. ଅଥଚ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ ରହିଛି । ସ୍ଥିତି ସୁଧୁରିଥିବାରୁ ଶୀଘ୍ର ପରୀକ୍ଷା କରିବାକୁ କଲେଜ କର୍ତୃପକ୍ଷମାନେ ନିଷ୍ପତି ନେଇଛନ୍ତି । ଆସନ୍ତା ୧୭ ତାରିଖ ଦିନ ପରୀ କ୍ଷା ଆରମ୍ଭ ହେବ ବୋଲି ଜଣାପଡିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –