ନବୀନଙ୍କୁ ‘ସୋନିଆ’ ଅଡୁଆ! ସୋନିଆଙ୍କୁ ନୀତିଶ ଭେଟିବା ପରେ ଦୋଛକିରେ ବିଜେଡି ସୁପ୍ରିମୋ

18

କନକ ବ୍ୟୁରୋ : ବିଜେପି ଓ କଂଗ୍ରେସଠାରୁ ସମଦୂରତା ରକ୍ଷା କରିବା ନବୀନଙ୍କୁ ଭାରି ପଡି ପାରେ । କାରଣ ଅଣ-ବିଜେପି ଫୋର୍ସ ଭାବେ ପରିଚିତ ନବୀନ, ରାଷ୍ଟ୍ରପତି ନିର୍ବାଚନ ସମୟରେ କାହା ଆଡକୁ ଢଳିବେ, ସେ ନେଇ ଦ୍ୱନ୍ଦ୍ୱ । ଦେଶର ବିଭିନ୍ନ ଆଂଚଳିକ ଦଳ ମୋଦିଙ୍କ ବିରୋଧରେ ଏକାଠି ହେବା ଆରମ୍ଭ କଲେଣି । ଆଉ ସେମାନେ ନେଇ ପାରନ୍ତି କଂଗ୍ରେସର ସହଯୋଗ । ହେଲେ ଅଣ-ବିଜେପି ମେଂଟରେ କଂଗ୍ରେସ ରହିଲେ, ନବୀନ କରିବେ କଣ?

କାହା ଆଡକୁ ଢଳିବେ ନବୀନ? ରାଷ୍ଟ୍ରପତି ନିର୍ବାଚରେ ଅଣ-ବିଜେପି ଶକ୍ତିକୁ ସମର୍ଥନ ଦେବେ ନା ମୋଦିଙ୍କୁ କରିବେ ସହଯୋଗ? ବିଜେପି ଓ କଂଗ୍ରେସଠାରୁ ସମଦୂରତା ଥିଓରୀକୁ ନେଇ ନବୀନ ଦ୍ୱନ୍ଦ୍ୱରେ । ବିଜେଡି ଯଦି ବିଜେପି ପ୍ରାର୍ଥିଙ୍କୁ ସମର୍ଥନ କରେ ତେବେ ମୋଦି ବାଜି ମାରିବେ । ହେଲେ ବିଜେପିଠାରୁ ଦୂରତା ଫର୍ମୁଲାରେ ବ୍ରେକ ଲାଗିବ । ଯଦି ବିଜେପି ବିରୋଧୀ ମାହାମେଂଟ ଆଡକୁ ନବୀନ ଢଳନ୍ତି ସେଠି କଂଟା ସାଜିବ କଂଗ୍ରେସ । କାରଣ ନୀତିଶ କୁମାର ସୋନିଆ ଗାନ୍ଧୀଙ୍କୁ ଭେଟି ଏନେଇ ଆଲୋଚନା କରିଛନ୍ତି । ଯାହାକୁ ନେଇ ଧର୍ମ ସଂକଟରେ ପଡିଛନ୍ତି ବିଜେଡି ସୁପ୍ରିମୋ ।

ଏହାରି ଭିତରେ ନବୀନ ଯାଇଛନ୍ତି ଦିଲ୍ଲୀ । ନୀତି ଆୟୋଗ ବୈଠକରେ ସାମିଲ ହେବେ । ହେଲେ ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ କୈାଣସି ଆଲୋଚନା ହେବନି ବୋଲି ନବୀନ କହିଛନ୍ତି । ନବୀନ ସମର୍ଥନ ନେଇ ସସପେନସ୍ ଜାରି ରଖିଥିବାବେଳେ, ବିଜେପି ଓ କଂଗ୍ରେସଠାରୁ ସମଦୂରତା କଥାରେ ଦଳ ଅଟଳ ବୋଲି ବିଜେଡି ମୁଖପାତ୍ର କହିଛନ୍ତି । ବିଜେପି ଟାର୍ଗେଟ୍ କରିଛି, କଂଗ୍ରେସ ଓ ବିଜେଡି ଭିତିରିଆ ସଂପର୍କକୁ ।

ଏପରିକି କିଛି ଦିନ ତଳେ ବିଜେଡି ଲୋକସଭା ନେତା ଭର୍ତ୍ତୃହରି ମହତାବ କଂଗ୍ରେସ-ବିଜେଡି ସଂପର୍କକୁ ଗ୍ରୀନ ସିଗନାଲ୍ କଥା ଦୋହରାଇଛି ବିଜେପି । ସେପେଟ କଂଗ୍ରେସର ଅଭିଯୋଗ, ସିବିଆଇ ଭୟରେ ମୋଦିଙ୍କୁ ସମର୍ଥନ ଦେଇ ପାରେ ବିଜେଡି ।

ଏହାସହ ଦେଖନ୍ତୁ ଏହି ଭିଡିଓ-