ନବୀନଙ୍କ ମାରାଥନ ପ୍ରଚାର । ଫୁଲବାଣୀ ତୁମୁଡିବନ୍ଧରେ ବିଜେଡି ସୁପ୍ରିମୋଙ୍କ ରାଲି । ଜନସଭାରେ ଯୋଗଦେଇ କହିଲେ, ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଓଡିଶାବାସୀଙ୍କ ସେବା କରିବି

ସାଢେ ୪କୋଟି ଓଡିଶାବାସୀ ମୋର ପରିବାର

131

କନକ ବ୍ୟୁରୋ: ସାଢେ ୪କୋଟି ଓଡିଶାବାସୀ ମୋର ପରିବାର । ମହିଳାଙ୍କୁ ବିଜେଡି ଅଗ୍ରାଧିକାର ଦେଇ ଆସିଛି । ମା’ମାନେ ହେଉଛନ୍ତି ବିକାଶର ପ୍ରକୃତ ଡବଲ ଇଂଜିନ । କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି ନିର୍ବାଚନୀ ପ୍ରଚାର ମୈଦାନରେ ଆଜି ପୁଣି ଥରେ ଦୋହରାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଆସନ୍ତା ୧୮ ତାରିଖରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପୁଣି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଓ ତତସଂଲଗ୍ନ ବିଧାନସଭା ମଣ୍ଡଳୀ ପାଇଁ ଆଜି ପ୍ରଚାର କରୁଛନ୍ତି ନବୀନ । ତେବେ ଫୁଲବାଣୀରେ ନିର୍ବାଚନ ପ୍ରଚାର ଅବସରରେ ତୁମୁଡିବନ୍ଧରେ ଆୟୋଜିତ ଏକ ଜନସଭାରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ନିଜ ଅଭିଭାଷଣରେ ନବୀନ କହିଛନ୍ତି, ସାଢେ ୪କୋଟି ଓଡିଶାବାସୀ ମୋର ପରିବାର । ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ରାଜ୍ୟବାସୀଙ୍କ ସେବା କରିବି ବୋଲି କହିଛନ୍ତି ନବୀନ ।

କେନ୍ଦ୍ରକୁ ଟାର୍ଗେଟ କରି ନବୀନ କହିଛନ୍ତି , କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି । କିନ୍ତୁ କେନ୍ଦ୍ରର ବିଜେପି ସରକାର ଏହାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । କିନ୍ତୁ ମୁଁ ଥିବା ପର୍ଯ୍ୟନ୍ତ ଏହି ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି କହିଛନ୍ତି ନବୀନ ।ବିଜୁ ଜନତା ଦଳ ଆସିବାର ପ୍ରଥମ ଦିନରେ ହିଁ ଚାଷୀଙ୍କୁ ୧୦ ହଜାର ଟଙ୍କା ମିଳିବ । ମିଶନ ଶକ୍ତି ମୋର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ । ମା’ମାନେ ହେଉଛନ୍ତି ସମାଜର ଶକ୍ତି , ଦେଶର ଶକ୍ତି, ବିକାଶର ପ୍ରକୃତ ଡବଲ ଇଂଜିନ । ବିଜନେସ ଦେବାକୁ ଆମେ ମାନିଫିଷ୍ଟୋରେ ଘୋଷାଣା କରିଛୁ ।

cm in baripada

ନିର୍ବାଚନ ସମୟରେ କେନ୍ଦ୍ରର ବଡ ବଡ ନେତାଙ୍କୁ ଓଡିଶାରେ ଦେଖିବାକୁ ମିଳେ କିନ୍ତୁ ବିପଦ ବେଳେ କାହାର ଦର୍ଶନ ମିଳିନଥାଏ । କିନ୍ତୁ ବିଜୁ ଜନତା ଦଳ ସବୁବେଳେ ଓଡିଶାବାସୀଙ୍କ ସହ ରହିଛି ଆଉ ଆଗକୁ ମଧ୍ୟ ରହିବ । ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଓଡିଶାବାସୀଙ୍କର ସେବା କରିିବି ବୋଲି କହିବା ସହ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଏବଂ ବିଧାୟକ ପ୍ରାର୍ଥୀ ଚକ୍ରମଣୀ କଅଁରଙ୍କ ପାଇଁ ଭୋଟ ମାଗିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।