ଲୋକସଭା ନିର୍ବାଚନରେ ୪୧ ପ୍ରତିଶତ ମହିଳା ପ୍ରାର୍ଥୀଙ୍କୁ ଟିକେଟ୍ ଦେବା ନିଷ୍ପତି ନେଇ ମମତାଙ୍କୁ ନବୀନଙ୍କ ପ୍ରଶଂସା । କହିଲେ, ମିଳିତ ଉଦ୍ୟମରେ ନିର୍ବାଚନ ଏବଂ ବିକାଶରେ ହେବ ବଡ ପରିବର୍ତ୍ତନ
ନବୀନଙ୍କ ରାସ୍ତାରେ ମମତା, ଖେଳିଲେ ମହିଳା କାର୍ଡ
କନକ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆଗାମୀ ଲୋକସଭା ନିର୍ବାଚନରେ ୪୧ ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦେବା ନିଷ୍ପତିକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ନିଜ ଖୁସି ଜଣାଇଛନ୍ତି ନବୀନ । ମିଳିତ ଭାବେ ଉଦ୍ୟମ କଲେ ନିର୍ବାଚନ ଏବଂ ଦେଶର ବିକାଶରେ ବଡ ପରିବର୍ତନ ଆସିବ ବୋଲି ନବୀନ ଟ୍ୱିଟରେ ଉଲ୍ଲେଖ କରିଛନ୍ତି । ମମତାଙ୍କ ଘୋଷଣା ପୂର୍ବରୁ ନବୀନ, ମହିଳାଙ୍କ ସଂରକ୍ଷଣ ନେଇ ଉଦ୍ୟମ କରିସାରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
Immensely happy to see All India Trinamool Congress led by @MamataOfficial nominate over one-third #women candidates for ensuing #LokSabhaElections2019. With the gathering momentum, India could see a sea change in electoral & development domain https://t.co/5DCMvSyAzS
— Naveen Patnaik (@Naveen_Odisha) March 12, 2019
ଏଥର ସଂସଦକୁ ୩୩ ପ୍ରତିଶତ ମହିଳାଙ୍କୁ ପଠାଇବା ନେଇ ନବୀନ ଘୋଷଣା କରିଛନ୍ତି । ଅର୍ଥାତ୍ ୨୧ ଟି ଲୋକସଭା ସିଟ୍ରୁ ଅନ୍ୟୁନ ୭ଟି ଆସନରେ ମହିଳା ପ୍ରାର୍ଥୀ ଦେବ ବିଜେଡି । ଏହା ପୂର୍ବରୁ ବିଧାନସଭା ଏବଂ ସଂସଦରେ ୩୩ ପ୍ରତିଶତ ମହିଳାଙ୍କ ସ୍ଥାନ ସଂରକ୍ଷଣ ନେଇ ରାଜ୍ୟ ବିଧାନସଭାରେ ସଂକଳ୍ପ ପାରିତ କରାଯାଇଛି । ଏପରିକି ଏହାକୁ ସମର୍ଥନ କରିବା ନେଇ ସମସ୍ତ ଜାତୀୟ ଦଳ ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି । କିଛି ରାଜ୍ୟ ନବୀନ ଉଦ୍ୟମକୁ ପ୍ରଶଂସା କରିବା ସହ ସମର୍ଥନ ଜଣାଇଛନ୍ତି ।
ମମତା ଖେଳିଲେ ମହିଳା କାର୍ଡ । ଆଗାମୀ ଲୋକସଭା ନିର୍ବାଚନରେ ୪୧ ପ୍ରତିଶତ ମହିଳାଙ୍କୁ ଟିକଟ ଦେବାକୁ ଘୋଷଣା କଲେ ତୃଣମୁଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜି । କୋଲକାତାରେ ଏକ ସାମ୍ବାଦିକ ସମ୍ମିଳନୀ କରି ମମତା ଏହି ଘୋଷଣା କରିଥିବା ବେଳେ ପଶ୍ଚିମବଙ୍ଗର ସମସ୍ତ ୪୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଦେଇଛନ୍ତି । ଏହା ବ୍ୟତୀତ ଟିଏମସି ଆସାମରେ ୬ଟି, ଝାରଖଣ୍ଡରେ ୩ଟି, ଆଣ୍ଡାମାନରେ ଗୋଟିଏ ଓ ଓଡ଼ିଶାରେ ୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଦେଇଛି । ପୂର୍ବରୁ ଲୋକସଭା ନିର୍ବାଚନ ପାଇଁ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରାଯିବା ନେଇ ବିଜୁ ଜନତା ଦଳ ଘୋଷଣା କରିଥିଲା । ଏବେ ମମତାଙ୍କ ୪୧ ପ୍ରତିଶତ ଘୋଷଣା ରାଜନୀତିକୁ ସରଗରମ କରିଛି । ପ୍ରାର୍ଥୀ ତାଲିକା ଘୋଷଣା ସମୟରେ ମମତା ମୋଦି ସରକାରଙ୍କ ବିରୁଦ୍ଧରେ ପୁଣିଥରେ ଗର୍ଜିଥିଲେ ମମତା ।