ଦିବଂଗତ ବିଜେଡି ନେତା ବେଦପ୍ରକାଶଙ୍କ ପ୍ରାର୍ଥିବ ଶରୀରକୁ ଶ୍ରଦ୍ଧାଞ୍ଜଳି ଦେଲେ ନବୀନ । କହିଲେ, ବିଜେଡି ଓ ମୋ ପାଇଁ ଅପୂରଣୀୟ କ୍ଷତି ।

231

କନକ ବ୍ୟୁରୋ: ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଦିବଂଗତ ବିଜେଡି ନେତା ବେଦ ପ୍ରକାଶ ଅଗ୍ରୱାଲଙ୍କ ପ୍ରାର୍ଥୀବ ଶରୀରକୁ ଶ୍ରଦ୍ଧାଞ୍ଜଳି ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନଙ୍କ ସହ ବିଜେଡି ବରିଷ୍ଠ ନେତାମାନେ ମଧ୍ୟ ବେଦବାବୁଙ୍କ ପ୍ରାର୍ଥୀବ ଶରୀରର ଶେଷ ଦର୍ଶନ କରିଛନ୍ତି । ଏହାସହିତ ବେଦପ୍ରକାଶଙ୍କ ମରଶରୀରରେ ଦଳୀୟ ପତାକା ଓ ପୁଷ୍ପଗୁଚ୍ଛ ଦେଇ ବିଜେଡି ନେତାଗଣ ଶେଷ ଦର୍ଶନ କରିଛନ୍ତି । ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରେ ନବୀନ କହିଛନ୍ତି କି, “ମୁଁ ଗଭୀର ଭାବେ ମର୍ମାହତ, ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି । ଏପରିକି ସେ ବିଜୁ ବାବୁଙ୍କ ଅତି ଘନିଷ୍ଠ ଥିଲେ, ତାଙ୍କ ବିୟୋଗ ମୋ ପାଇଁ ଓ ଦଳ ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ନବୀନ ।

ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ବେଦ ପ୍ରକାଶ ଅଗ୍ରୱାଲ । ବରିଷ୍ଠ ବିଜେଡି ନେତା ତଥା ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କର ଭୋର ସମୟରେ ଆଜି ପରଲୋକ ହୋଇଛି । ଗତକିଛି ଦିନ ଧରି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ୮୨ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ କରିଛନ୍ତି ବେଦ ପ୍ରକାଶ । ତାଙ୍କ ଦେହାନ୍ତ ପରେ ସମଗ୍ର ପାଟକୁରାବାସୀଙ୍କ ସହ ବିଜେଡିରେ ଶୋକର ଛାୟା ଖେଳିଯାଇଛି ।