ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ଥିଲା ଗାଁ ! ଯୁବକଙ୍କ ପ୍ରୟାସରେ ବଦଳିଲା ପରିବେଶ, ଗାଁ ସାରା ଲଗାଇଲେ ସୁନ୍ଦର ଫୁଲଗଛ । 

123

କନକ ବ୍ୟୁରୋ : ଗାଁର ଯୁବଗୋଷ୍ଠୀଙ୍କ ପ୍ରୟାସରେ ବଦଳିଲା ପରିବେଶ । ଏକଦା ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ଥିବା ଗାଁ ଏବେ ସୁନ୍ଦର ଫୁଲଗଛ ସବୁରେ ଭର୍ତି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦର ବରଗାଁଠାରେ । ଗାଁ ପରିବେଶକୁ ସଫାସୁତୁରା ରଖିବାକୁ ଯୁବଗୋଷ୍ଠୀର ନିଆରା ପ୍ରୟାସ ।  ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶ ଥିବା ଗାଁକୁ ସମ୍ପୂର୍ଣ୍ଣ ଭାବେ ମଳ ମୁକ୍ତ ଅଂଚଳ କରିବା ପାଇଁ ଅଂଟା ଭିଡିଛନ୍ତି ଗାଁର ଯୁବକ । ଏହି ଘଟଣା ହେଉଛି ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବରଗାଁର  । 

ଗାଁକୁ ସଫାସୁତୁରା କରିବା ସହ ରାସ୍ତାର ଉଭୟ ପାଶ୍ୱର୍ରେ ଫୁଲ ଗଛ ଲଗାଇଛନ୍ତି ଗାଁର ଯୁବକ  । ଏବଂ ଆଗାମୀ ଦିନରେ ମଧ୍ୟ ଗାଁକୁ ସଫାସୁତୁରା ରଖିବା ପାଇଁ ସମସ୍ତଙ୍କୁ କହିଛନ୍ତି । ଗାଁକୁ ପ୍ରବେଶ କଲେ ଏବେ ଦୃଶ୍ୟ ସମ୍ପ୍ରୂ୍ଣ୍ଣ ଭିନ୍ନ ଥିବା ଦେଖିବାକୁ ମିଳିଛି  । ପୂର୍ବରୁ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ଗାଁ ରାସ୍ତାରେ ଏବେ ତୁଳସୀ ଗଛ ଓ ଅନ୍ୟାନ୍ୟ ଫୁଲଗଛ ଲାଗିଛି । ରାସ୍ତାର ଉଭୟ ପାଶ୍ୱର୍ରେ ମଳତ୍ୟାଗକୁ ରୋକିବା ପାଇଁ ଗାଁ ଯୁବଗୋଷ୍ଠୀର ଏପରି ନିଆରା ପ୍ରୟାସକୁ ପ୍ରଶଂସା କରିଛନ୍ତି ସଭିଏଁ  । ପରିବେଶକୁ ସଫାସୁତୁରା ରଖିବା ପାଇଁ ଗାଁଲୋକଙ୍କ ଠାରୁ ମଧ୍ୟ ପ୍ରତିଶ୍ରୁତି ନେଇଛନ୍ତି ଯୁବଗୋଷ୍ଠୀ  ।