ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ ଉପରେ ଆଲୋଚନା : ଅମିତ ଶାହା କହିଲେ, ଏହା ଶରଣାର୍ଥୀଙ୍କ ବିଲ, ମୁସଲମାନଙ୍କ ବିରୋଧୀ ନୁହେଁ , କୋଟି କୋଟି ଲୋକଙ୍କ ହେବ ଫାଇଦା ।  

218

ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ୍ ଉପରେ ଆଲୋଚନା ଆରମ୍ଭ ହୋଇଛି ।  ଗୃହରେ ବିଲ ଉପସ୍ଥାପନ କରି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି,  ଏହା ହେଉଛି ଏକ ଐତିହାସିକ ବିଲ୍ ।  ଏହାଦ୍ୱାରା କୋଟି କୋଟି ଲୋକ ଲାଭରେ ରହିବେ । ବିଲ ନେଇ ଲୋକଙ୍କ ମନରେ ଭ୍ରମ ସୃଷ୍ଟି ପାଇଁ ଉଦ୍ୟମ ହେଉଛି ଓ ଏହାଦ୍ୱାରା ଭୋଟବ୍ୟାଙ୍କ ରାଜନୀତି ବୋଲି ସେ ଅଭିଯୋଗ ଆଣିଛନ୍ତି । ଗୃହମନ୍ତ୍ରୀ କହିଛନ୍ତି । ବିଲ ମୁସଲମାନଙ୍କ ବିରୋଧରେ ନୁହେଁ ।

ଆଫଗାନିସ୍ତାନ , ବାଂଲାଦେଶ ଓ ପାକିସ୍ତାନରୁ ଆସିଥିବା ଲୋକଙ୍କ ଅଧିକାରକୁ ସୁରକ୍ଷା ମିଳିବ । ସେହିଭଳି ପୂର୍ବ-ଉତର ରାଜ୍ୟରେ ହିତର ସୁରକ୍ଷା ହୋଇପାରିବ ।  ବିଲକୁ ରାଜ୍ୟସଭାରେ କଂଗ୍ରେସ ନେତା  ଆନନ୍ଦ ଶର୍ମା ବିରୋଧ କରିଥିଲେ ।  ନାଗରିକତା ସଂଶୋଧନ ବିଲ ଲୋକସଭାରେ ଗୃହୀତ ହୋଇସାରିଛି । ରାଜ୍ୟସଭାରେ ୬ ଘଂଟା ଆଲୋଚନା ପରେ ଭୋଟିଂ ହେବ ।

ନାଗରିକତା ସଂଶୋଧନ ବିଲକୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି । ଲୋୟର ପିଏମଜିରେ କଂଗ୍ରେସ କର୍ମୀ ମାନେ ମୁହଁରେ କଳାପଟି ବାନ୍ଧି ମୋଉନ ବ୍ରତ କରି ଧାରଣାରେ ବସିଛନ୍ତି । ନାଗରିକତା ସଂଶୋଧନ ବିଲକୁ ବିଜେପି ଯେଭଳି ଉପସ୍ଥାପନ କରିଛନ୍ତି ତାକୁ ବିରୋଧ କରିଛନ୍ତି ।ସଂଖ୍ୟାଗରିଷ୍ଠତା ଥିବା ଦୃଷ୍ଟିରୁ ଅନ୍ୟାୟ ଭାବେ ଏହି ବିଲକୁ ଲୋକସଭାରେ ପାସ କରାଯାଇଛି । ଏହି ବିଲ ପାରିତ ହେବା ଦ୍ୱାରା ଦେଶର ଅଖଣ୍ଡତା,ଜାତୀୟତା ,ଏକତା, ସଂହତି ବ୍ୟାହତ ହେବ ବୋଲି କଂଗ୍ରେସ କର୍ମୀ କହିଛନ୍ତି ।