ଧଳା ଅସ୍ଥିରେ କଳାକୃତି ! ଯେଉଁଠି ମଣିଷ ହାଡରେ ନିର୍ମିତ ହୋଇଛି ପବିତ୍ର ଚର୍ଚ୍ଚ ।

25

୪୦୦୦୦ ଲୋକଙ୍କ ହାଡରେ ତିଆରି ହୋଇଛି ଚର୍ଚ୍ଚ । କଥାଟା ହୁଏତ ଆପଣଙ୍କୁ ଆଶ୍ଚର‌୍ୟ୍ୟ କରୁଥିବ । କିନ୍ତୁ ଚେକ୍ ଗଣରାଜ୍ୟରେ ଥିବା ଏହି ଚର୍ଚ୍ଚକୁ ୪୦୦୦୦ ଲୋକଙ୍କ ହାଡରେ ଅତି ସୁନ୍ଦର ଭାବରେ ସଜାଇ ତିଆରି କରାଯାଇଛି । କେବଳ ସେତିକି ନୁହେଁ ଏହି ହାଡରେ ଅତି ସୁନ୍ଦର କାରୁକାର‌୍ୟ୍ୟ ମଧ୍ୟ ହୋଇଛି ।

ଇତିହାସ କହେ ଯେ ଏହି ସ୍ଥାନରେ ଏକ କବରସ୍ତାନ ଥିଲା । ତେବେ ସ୍ଥାନ ଅଭାବରୁ ମୃତଦେହ ଗୁଡିକ ଆଉ ପୋତା ହୋଇ ପାରି ନଥିଲା । ପ୍ରଥମେ ଏହି ମୃତ ଦେହ ଗୁଡିକୁ ଅସ୍ଥାୟୀ ଭାବରେ ପୋତାଗଲା । ପରେ ସେଗୁଡିକୁ ବାହାର କରି ସେମାନଙ୍କ ହାଡରେ ଏହି ଚର୍ଚ୍ଚ ତିଆରି କରାଯାଇଛି ।  ଚର୍ଚ୍ଚଟି ‘ଦ ଚର୍ଚ୍ଚ ଅଫ୍ ବୋନ୍ସ’ ଭାବରେ ମଧ୍ୟ ପ୍ରସିଦ୍ଧ । ଯାହାକୁ ଦେଖିବା ପାଇଁ ବିଶ୍ୱର କୋଣ ଅନୁକୋଣରୁ ପ୍ରତିଦିନ ପ୍ରାୟ ଲକ୍ଷାଧିକ ପର‌୍ୟ୍ୟଟକ ଏହି ଆସିଥାନ୍ତି ।