କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ଏଥର ଦେଖିବାକୁ ମିଳିବ ରୋଚକ ଲଢେଇ । ଏଠାରେ କ୍ରିକେଟର, ବକ୍ସର, ଅଭିନେତା ଏବଂ ନେତା ସମସ୍ତେ ରହିଛନ୍ତି ନିର୍ବାଚନୀ ମଇଦାନରେ । ସମସ୍ତ ପ୍ରାର୍ଥୀ ନିଜ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି । ତେବେ କ୍ରିକେଟରରୁ ରାଜନେତା ବନିଥିବା ଗୌତମ ଗମ୍ଭୀର ଗତକାଲି ଦିଲ୍ଲୀରୁ ନାମାଙ୍କନ ଦାଖଲ କରିଛନ୍ତି । ପୂର୍ବ ଦିଲ୍ଲୀ ଲୋକସଭା ଆସନରୁ ବିଜେପି ଟିକେଟ ପାଇ ମଇଦାନକୁ ଓହ୍ଳାଇଛନ୍ତି ଗମ୍ଭୀର ।
ତେବେ ସବୁଠାରୁ ବଡ କଥା ହେଉଛି, ଦିଲ୍ଲୀର ସବୁଠାରୁ ଧନୀ ପ୍ରାର୍ଥୀ ହେଉଛନ୍ତି, ଗୌତମ ଗମ୍ଭୀର । ଗମ୍ଭୀରଙ୍କର ସମୁଦାୟ ସମ୍ପତ୍ତି ୧୪୭ କୋଟି ଟଙ୍କା ଅଟେ । ତେବେ ଗତକାଲି ନାମାଙ୍କନ ଦାଖଲ କରିବା ପରେ ଗମ୍ଭୀରଙ୍କୁ ନେଇ ଆଉ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ନିଜ ଟ୍ୱିଟର ପେଜରେ ସେ ନିଜ ନାଁକୁ ‘ଚୌକିଦାର ଗୌତମ ଗମ୍ଭୀର’ କରିଛନ୍ତି । କିଛି ଦିନ ତଳେ ବିଜେପିରେ ସାମିଲ ହୋଇଥିଲେ ଗମ୍ଭୀର । ତେବେ ପ୍ରଧାନମନ୍ତ୍ରୀଙ୍କ ‘ମୁଁ ବି ଚୌକିଦାର’ କ୍ୟାମ୍ପେନରେ, ଭାରତୀୟ ଜନତା ପାର୍ଟିର ସମସ୍ତ ନେତା ନିଜ ଆଗରେ ଚୌକିଦାର ଯୋଡୁଛନ୍ତି ।
पूर्वी दिल्ली लोकसभा के सभी कार्यकर्ताओं,नेताओं और युवा साथियों का दिल से धन्यवाद! मेरे नए सफ़र को यादगार बनाने के दिल से आभार ।रोड शो से बहुत से चाहने वालों को और ट्रैफ़िक को हुई परेशानी के किए क्षमा प्रार्थी हूँ।@MaheishGirri @ManojTiwariMP @VijayGoelBJP pic.twitter.com/QNu6aRoRu9
— Chowkidar Gautam Gambhir (@GautamGambhir) April 23, 2019
କାଲି ନାମାଙ୍କନ ଦାଖଲ କରିବା ପୂର୍ବରୁ ହୋମଯଜ୍ଞ କରିଥିଲେ ଗୌତମ ଗମ୍ଭୀର । ଏହି ସମୟରେ ଗମ୍ଭୀରଙ୍କ ସହ ନଜର ଆସିଥିଲେ ତାଙ୍କ ପତ୍ନୀ ଓ ପରିବାର ସଦସ୍ୟ । ଏହାପରେ ପୂର୍ବ ଦିଲ୍ଲୀରେ ବିରାଟ ରୋଡ ସୋ କରି ଶକ୍ତି ପ୍ରଦର୍ଶନ କରିଥିଲେ ଏହି ବିଜେପି ପ୍ରାର୍ଥୀ । ତେବେ କ୍ରିକେଟରରୁ ନେତା ବନିଥିବା ଗମ୍ଭୀର ପ୍ରଥମ ଥର ପାଇଁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ନିଜ ସତ୍ୟପାଠରେ ଦାଖଲ କରିଥିବା ତଥ୍ୟ ଅନୁଯାୟୀ, ୨୦୧୭-୧୮ ଆର୍ଥିକ ବର୍ଷରେ ପାଖାପାଖି ୧୨.୪୦ କୋଟି ଟଙ୍କା ଆୟକର ରିଟର୍ନ ଦେଖାଇଛନ୍ତି ଗମ୍ଭୀର । ତେବେ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ମିଶାଇ ମୋଟ୍ ୧୪୭ କୋଟି ଟଙ୍କାର ମାଲିକ ହେଉଛନ୍ତି ପୂର୍ବ-ଦିଲ୍ଲୀ ଆସନରୁ ଲଢୁଥିବା ବିଜେପି ପ୍ରାର୍ଥୀ ଗୌତମ ଗମ୍ଭୀର ।