କନକ ବ୍ୟୁରୋ : କଟକରେ କ୍ଲୋରିନ ଗ୍ୟାସର ଆତଙ୍କ । କଟକ ବଡ ମେଡିକାଲ ପରିସରରେ ଆଜି କ୍ଲୋରିନ ଗ୍ୟାସ ଲିକ୍ ହେବା ପରେ ଆତଙ୍କିତ ହୋଇପଡିଛନ୍ତି ସ୍ଥାନୀୟ ବାସିନ୍ଦା । ଜନସ୍ୱାସ୍ଥ୍ୟ ବିଭାଗର ଏକ ପାଇପରୁ ଗ୍ୟାସ ଲିକ ହେବା ଫଳରେ ୪୬ଜଣ ଅସୁସ୍ଥ ହୋଇପଡିଛନ୍ତି । ସମସ୍ତଙ୍କୁ ଏସସିବି ମେଡିକାଲ କଲେଜର ଆଶୁ ଚିକିତ୍ସା ବିଭାଗରେ ଭର୍ତି କରାଯାଇଛି ।
ବଡ ମେଡିକାଲର ପ୍ରାଶାସନିକ ଅଧିକାରୀ ପ୍ରତାପ ମିଶ୍ର ମଧ୍ୟ ଅସୁସ୍ଥ ହୋଇପଡିଥିବାବେଳେ ତାଙ୍କୁ ସେଂଟ୍ରାଲ ଆଇସିୟୁରେ ଭର୍ତି କରାଯାଇଛି । ଘଟଣାରେ ୪ଜଣ ଅଗ୍ନିଶମ କର୍ମଚାରୀ ଓ ୯ଜଣ ଡାକ୍ତରୀ ଛାତ୍ର ମଧ୍ୟ ଅସୁସ୍ଥ ହୋଇପଡିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/11/GAS.jpg)