‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବେ ୫୦ ହଜାର ଛାତ୍ରଛାତ୍ରୀ ! ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ପକ୍ଷରୁ ଶିଶୁ ମହୋତ୍ସବ

82

କନକ ବ୍ୟୁରୋ: ବନ୍ଦେ ଉତ୍କଳ ଜନନୀ ଗାଇବେ ୫୦ ହଜାର ଛାତ୍ରଛାତ୍ରୀ । ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଓଡିଶା ପକ୍ଷରୁ ଏକ ବିଶାଳ ଶିଶୁ ମହୋତ୍ସବ ଆଜିଠାରୁ ଆରମ୍ଭ ହେଉଛି । ଏହି ଅବସରରେ ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିଅମଠାରେ ୫୦ ହଜାର ଛାତ୍ରଛାତ୍ରୀ ସାମୁହିକ ଭାବେ ବନ୍ଦେ ଉକ୍ରଳ ଜନନୀ ଗାନ କରିବେ । କଂଠଶିଳ୍ପୀ ଲକ୍ଷ୍ମୀକାନ୍ତ ପାଲିତ ଏହାର ସଙ୍ଗୀତ ପରିଚାଳନା କରିବେ ।

ଉଲ୍ଲେଖ ଥାଉ କି, ଆଜିଠାରୁ ଆରମ୍ଭ ହେଉଛି ଭାରତୀୟ ଶିକ୍ଷାବିକାଶ ସଂସ୍ଥାନ, ଓଡ଼ିଶା ପକ୍ଷରୁ ଏକ ବିଶାଳ ‘ଶିଶୁ ମହୋତ୍ସବ’ । ଏହି ଅବସରରେ ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମଠାରେ ୫୦ ହଜାର ଛାତ୍ରଛାତ୍ରୀ ସାମୂହିକ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବେ। କଣ୍ଠଶିଳ୍ପୀ ଲକ୍ଷ୍ମୀକାନ୍ତ ପାଲିତ ସଙ୍ଗୀତ ପରିଚାଳନା କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ବିଧାୟକ ବିଜୟ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେବେ। ଓଡ଼ିଶାର ୧୦୩୭ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଏଥିରେ ଯୋଗ ଦେବେ ବୋଲି ସଂସ୍ଥାନର ପ୍ରତିଷ୍ଠାତା କରୁଣାକର ପ୍ରଧାନ ସୂଚନା ଦେଇଛନ୍ତି ।