ଚଟାପଟ୍ ବିଚାର ଫଟାଫଟ୍ ଦଣ୍ଡ ! ପିଲା ଚୋରି ଅଭିଯୋଗରେ ୩ ଯୁବକଙ୍କୁ ଛେଚିଲେ ଗ୍ରାମବାସୀ

71

କନକ ବ୍ୟୁରୋ: ଚଟାପଟ୍ ବିଚାର ଫଟାଫଟ୍ ଦଣ୍ଡ । ଆଇନକୁ ହାତକୁ ନେଲେ ଗ୍ରାମବାସୀ । ପିଲା ଚୋରି ଅଭିଯୋଗରେ ରେ ୩ ବଙ୍ଗୀୟ ଯୁବକଙ୍କୁ ନିସ୍ତୁକ ମାଡ ମାରିଛନ୍ତି ଗ୍ରାମବାସୀ । ଏଭଳି ଅଭାବନୀୟ ଦୃଶ୍ୟ ହେଉଛି ମୟୂରଭଂଜ ଜିଲ୍ଲା କୁଳିଅଣା ଗାଙ୍ଗରାଜ ଗାଁର । ଜଣ ଶୁକ୍ରା ଦେହୁରୀ ତାଙ୍କର ଦୁଇ ପିଲାଙ୍କ ସହ ବାହାରେ ଶୋଇଥିଲେ । ଆଜି ଭୋରୁ ଯୁବକ ତିନି ଜଣ ଗୋଟିଏ ଶିଶୁ ଚୋରି କରି ନେଇ ପଳାଉଥିବା ବେଳେ ପାଖରେ ଶୋଇଥିବା ଆଉ ଜଣେ ଶିଶୁ ଚିକ୍ରାର ଉଠିଥିଲା । ପରେ ପରିବାର ଲୋକ ଓ ସ୍ଥାନୀୟ ଲୋକ ପିଲା ଚୋରୀ ଖବର ଜଣାପାରି ଅଭିଯୁକ୍ତଙ୍କୁ ପିଛା କରି ସେମାନଙ୍କୁ ଧରିଥିଲେ ।

ପରେ ଉତ୍ୟକ୍ତ ଲୋକ ଏମାନଙ୍କ ଅବସ୍ଥା ଯାହା କରିଛନ୍ତି ତାହା ଏବେ ଆପଣଙ୍କ ସାମ୍ନାରେ । ଦେଖନ୍ତୁ କିଭଳି ଯୁବକଙ୍କ ହାତକୁ ଦଉଡିରେ ବାନ୍ଧି ନିସ୍ତୁକ ମାଡ ମାରୁଛନ୍ତି । ତେବେ ଚୋରି ଅଭିଯୋଗରେ ଧରାପଡିଥିବା ଯୁବକଙ୍କୁ ଗୁରୁତର ଅବସ୍ଥାରେ ପୁଲିସର ଜିମା ଦେଇଛନ୍ତି ଗ୍ରାମବାସୀ । ମାଡ ଖାଇଥିବା ବ୍ୟକ୍ତି ଏକ ଠିକା ସଂସ୍ଥାରେ ଶ୍ରମିକ ଭାବେ କାମ କରନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପୁଲିସ ଏମାନଙ୍କ ବିରୋଧରେ ଅପହରଣ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –