ସରକାରୀ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ମହଙ୍ଗା ଭତ୍ତା ୫ ପ୍ରତିଶତ ବଢ଼ାଇଲେ ରାଜ୍ୟ ସରକାର, ୨୦୨୦ ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ କରିବାକୁ ନିଷ୍ପତି ।

5,956

କନକ ବ୍ୟୁରୋ: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ସରକାର ୫ ପ୍ରତିଶତ ବୃଦ୍ଧି କରିଛନ୍ତି । ୨୦୨୦ ଜାନୁଆରୀ ପହିଲାରୁ ପିଛିଲା ଭାବେ ଏହା ଲାଗୁ ହେବ । କେବଳ ଏତିକି ନୁହେଁ ସପ୍ତମ ବେତନ କମିଶନଙ୍କ ଆଧାରରେ ମହଙ୍ଗା ଭତ୍ତା ବଢ଼ାଇବା ବକେୟା ଥିବା ୧୦ ପ୍ରତିଶତକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

ବଢିଲା ମହଙ୍ଗା ଭତ୍ତା । ସରକାରୀ କର୍ମଚାରୀ ରାଜ୍ୟ ସରକାରଙ୍କ ବଡ ଉପହାର ଘୋଷଣା କରିଛନ୍ତି ଗତକାଲି ବକେୟା ସପ୍ତମ ବେତନ କମିଶନଙ୍କ ଆଧାରରେ ଥିବା ସରକାରୀ କର୍ମଚାରୀଙ୍କ ବକେୟା ଘୋଷଣା କରିଥିଲେ ରାଜ୍ୟ ସରାକର । ଆଉ ଯାହାକୁ ଆଜି ମୁଖ୍ୟମନ୍ତ୍ରୀ ସରକାରୀ କର୍ମଚାରୀଙ୍କୁ ଉପହାର ସ୍ୱରୁପ ମଞ୍ଜୁରୀ ପ୍ରଦାନ କରିଛନ୍ତି । ତେବେ ଏଣିକି ମହଙ୍ଗାଭତ୍ତା ବାବଦକୁ ଅଧିକ ୫ପ୍ରତିଶତ ମହାଙ୍ଗାଭତ୍ତା ପାଇବେ । ଏହା ୨୦୨୦ ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ କରିବା ପାଇଁ ନିଷ୍ପତ୍ତି ହୋଇଛି ।