ଆଜି ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ବଲାଙ୍ଗୀର ଗସ୍ତ : ୫୫ କୋଟିର ଜଳଯୋଗାଣ ପ୍ରକଳ୍ପ ଉଦଘାଟନ ସହ ଦୁଇଟି ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ

27

କନକ ବ୍ୟୁରୋ :  ଆଜି ମୁଖ୍ୟମନ୍ତ୍ରୀ ଦିନିକିଆ ବଲାଙ୍ଗିର ଗସ୍ତରେ ଯାଉଛନ୍ତି । ଦିନିକିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଜିଲ୍ଲାରେ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ୫୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ବଲାଙ୍ଗୀର ଟାଉନ୍ ପାଇଁ ଜଳଯୋଗାଣ ପ୍ରକଳ୍ପ, ୧୨୫ ଶର୍ଯ୍ୟା ବିଶିଷ୍ଟ ମା ଓ ଶିଶୁ ଚିକିତ୍ସା ହସପିଟାଲ, ମାଧିଆପଲ୍ଲୀ ଓ ସୋନଗଡରେ ନିର୍ମିତ ହାଇଲେଭଲ ସେତୁର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।

ସେହିପରି ଦେଓଗାଁ ବ୍ଲକର ପାଣ୍ଡେଲରେ ଯୋର ନାଳ ଉପରେ ସେତୁ, ଲୋଇସିଙ୍ଗା-ଭରସୁଜା ରାସ୍ତାରେ ଅଙ୍ଗ ନଦୀ ଉପରେ ହାଇଲେଭଲ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।