କନକ ବ୍ୟୁରୋ : ଆଜି ମୁଖ୍ୟମନ୍ତ୍ରୀ ଦିନିକିଆ ବଲାଙ୍ଗିର ଗସ୍ତରେ ଯାଉଛନ୍ତି । ଦିନିକିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଜିଲ୍ଲାରେ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ୫୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ବଲାଙ୍ଗୀର ଟାଉନ୍ ପାଇଁ ଜଳଯୋଗାଣ ପ୍ରକଳ୍ପ, ୧୨୫ ଶର୍ଯ୍ୟା ବିଶିଷ୍ଟ ମା ଓ ଶିଶୁ ଚିକିତ୍ସା ହସପିଟାଲ, ମାଧିଆପଲ୍ଲୀ ଓ ସୋନଗଡରେ ନିର୍ମିତ ହାଇଲେଭଲ ସେତୁର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।
ସେହିପରି ଦେଓଗାଁ ବ୍ଲକର ପାଣ୍ଡେଲରେ ଯୋର ନାଳ ଉପରେ ସେତୁ, ଲୋଇସିଙ୍ଗା-ଭରସୁଜା ରାସ୍ତାରେ ଅଙ୍ଗ ନଦୀ ଉପରେ ହାଇଲେଭଲ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/CM.jpg)