ବାରିପଦା ପାଇଁ ଭଣ୍ଡାର ଖୋଲିଦେଲେ ନବୀନ! ୧୫୦ କୋଟି ଟଙ୍କା ପ୍ରକଳ୍ପର କଲେ ଶିଳାନ୍ୟାସ

232

କନକ ବ୍ୟୁରୋ : ବାରିପଦାରେ ନବୀନଙ୍କ ଶକ୍ତି ପ୍ରଦର୍ଶନ । ମୋଦିଙ୍କୁ କାଉଣ୍ଟର କଲେ ନବୀନ । ମିଶନ ଶକ୍ତି ସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫୦କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏଥିସହ ବାରିପଦା ପାଇଁ କରିଛନ୍ତି ୪ଟି ବଡ ଘୋଷଣା । ମିଶନ ଶକ୍ତି ଯୋଜନାରେ ୨୦ ହଜାର ୨୯୫ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫ ହଜାର ଟଙ୍କା ଲେଖାଏଁ ସିଡ୍ ମନି ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବାରିପଦାରେ ମିଶନ ଶକ୍ତି ସମାବେଶ । ଆଉ ଏହି ସମାବେଶରେ ୧୫୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ବାରିପଦା ପାଇଁ କରିଛନ୍ତି ୪ଟି ବଡ ଘୋଷଣା ।
• ବନ୍ୟାରୁ ରକ୍ଷା ପାଇବା ପାଇଁ ରିଙ୍ଗ ରୋଡ
• ଅର୍ବାନ କୋ ଅପରଟିଭ ବ୍ୟାଙ୍କ କାର୍ଯ୍ୟକ୍ଷମ
• ମୟୂରଭଞ୍ଜ ଆୟ୍ୁରବେଦ ମହାବିଦ୍ୟାଳୟକୁ ସରକାରୀ କରିବା
• ଛଉନୃତ୍ୟ ପାଇଁ ଗବେଷଣା ପ୍ରତିଷ୍ଠାନ

ମିଶନ ଶକ୍ତି ସମାବେଶରେ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲାର ୨୦ ହଜାର ୨୯୫ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫ ହଜାର ଟଙ୍କା ଲେଖାଏଁ ସିଡ୍ ମନି ସହାୟତା ପ୍ରଦାନ କରିଛନ୍ତି । ଏଥିସହ ୨୬ଟି ବ୍ଲକସ୍ତରୀୟ ମହାସଂଘକୁ ୨୫ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ଦେଇଛନ୍ତି । ଡିଜିଟାଲ ସଶକ୍ତିକରଣ ପାଇଁ ୩୯,୪୧୮ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ମୋଟ ୬୦ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ପୂର୍ବରୁ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ନବୀନ ପୁରୀଠାରେ ମହିଳା ସ୍ୱୟଂସହାୟିକା ଗୋଷ୍ଠୀମାନଙ୍କୁ ୩ଲକ୍ଷ ଟଙ୍କା ପର୍ଯର୍୍ୟନ୍ତ ବିନା ସୁଧରେ ଋଣ ଦେବାପାଇଁ ଘୋଷଣା କରିଥିଲେ ।

ମିଶନ ଶକ୍ତି ମହାସମାବେଶରେ ନବୀନ ଚମ୍ପା ନଦୀ ଉପରେ ହାଇଲେଭଲ୍ ସେତୁ, ଉଦଳା ଉପଖଣ୍ଡ ଚିକିତ୍ସାଳୟର ୫୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ଚିକିତ୍ସାକେନ୍ଦ୍ର, ଏମପିସି ଜୁନିଅର କଲେଜ ଏବଂ ବାରିପଦା ମହିଳା ମହାବିଦ୍ୟାଳୟରେ ୩ ଶହ ସିଟ୍ ବିଶିଷ୍ଟ ଛାତ୍ରୀ ନିବାସ, ୩ଟି ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହାସହ ବୁଢାବଳଙ୍ଗ ନଦୀ ଉପରେ ସେତୁ, ଉରା ନାଳ ଉପରେ ସେତୁ, ଧାତିକାରେ ୨ଟି ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।