ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ପୂର୍ବ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍ ଙ୍କୁ ଆଇଏନଏକ୍ସ ଗଣମାଧ୍ୟମ ସଂବନ୍ଧୀତ ବିଷୟ ଉପରେ ବୁଧବାର ରାତି ଗିରଫ କରିଛି । ଏଜେନ୍ସୀର ଅଧିକାରୀ ପି.ଚିଦାମ୍ବରମ୍ ଙ୍କୁ ତାଙ୍କ ଆବାସରୁ ସିବିଆଇ ମୁଖ୍ୟାଳୟଙ୍କୁ ନେଇଯାଇଛନ୍ତି । ଗୁରୁବାର ତାଙ୍କୁ ସ୍ପେଶାଲ୍ ସିବିଆଇ କୋର୍ଟକୁ ନିଆଯିବ । ସୁଚନାନୁସାରେ , ତାଙ୍କୁ ସିବିଆଇ ସ୍ପେଶାଲ୍ ଜଜ୍ ଅଜୟ କୁମାରଙ୍କ ଅଦାଲତରେ ହାଜର କରାଯିବ ।
ଗିରଫ ହେବା ପୂର୍ବରୁ ସେ କଂଗ୍ରେସ ମୁଖ୍ୟାଳୟରେ ଗଣମାଧ୍ୟମକୁ ସମ୍ବୋଧିତ କରିବା ପରେ ନିଜ ଆବାସରେ ପହଁଚିଥିଲେ । ସିବିଆଇର ୩୦ ଜଣିଆ ଟିମ୍ ଦିଲ୍ଲୀ ପୋଲିସ୍ ସହାୟତାରେ ଜୋରବାଗ୍ ସ୍ଥିତ ଚିଦାମ୍ବରମ୍ ଙ୍କ ଆବାସରେ ପହଁଚିଥିଲା । କିଛି ସମୟ ଅପେକ୍ଷା କରିବା ପରେ ଅଧିକାରୀ ମାନେ ପାଚେରୀ ଡେଇଁ ଘରେ ପ୍ରବେଶ କରିଥିଲେ । ପରେ ଇଡିର ଏକ ଟିମ୍ ମଧ୍ୟ ସେଠାରେ ପହଁଚି ଏକ ଘଣ୍ଟା ପରେ ଚିଦାମ୍ବରମ୍ ଙ୍କୁ ଗିରଫ କରି ଲୋଦି ରୋଡ୍ ସିଜିଓ କମ୍ପଲେକ୍ସ ସ୍ଥିତ ସିବିଆଇ ମୁଖ୍ୟାଳୟ ନେଇଯାଇଥିଲେ ।
ବିଶେଷ ଅତିଥିରୁ ଅଭିଯୁକ୍ତର ଯାତ୍ରା :
ସିବିଆଇର ଯେଉଁ କାର୍ଯ୍ୟାଳୟରେ ପି.ଚିଦାମ୍ବରମ୍ ଙ୍କୁ ଗିରଫ କରାଯାଇଛି ଏହାର ଉଦଘାଟନ ୟୁପିଏ ସରକାର ସମୟରେ ଗୃହମନ୍ତ୍ରୀ ଥିବା ପଲ୍ଲାନୀଅପ୍ପମ୍ ଚିଦାମ୍ବରମ୍ ହିଁ କରିଥିଲେ । ସିବିଆଇର ମୁଖ୍ୟାଳୟ ଭବନ କଂଗ୍ରେସ ସରକାର ସମୟରେ ୨୦୧୧ ପ୍ରସ୍ତୁତ ହୋଇଥିଲା । ସେତେବେଳେ ଉଦଘାଟନର ମୁଖ୍ୟ ଅତିଥି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଥିଲେ । ଏହି କାର୍ଯ୍ୟକ୍ରମରେ ପି.ଚିଦାମ୍ବରମ୍ ବିଶେଷ ଅତିଥି ଭାବେ ନିମନ୍ତ୍ରୀତ ହୋଇଥିଲେ । ବୁଧବାର ସିବିଆଇ ତାଙ୍କୁ ଅଭିଯୁକ୍ତ ରୁପେ ସେହି ମୁଖ୍ୟାଳୟକୁ ଆଣିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/08/xaz.jpg)
/kanak/media/post_attachments/wp-content/uploads/2019/08/p-chidambaram-arrested-1566410992-300x169.jpg)
/kanak/media/post_attachments/wp-content/uploads/2019/08/2019_8image_01_34_034935562cbi-ll-300x200.jpg)